Latest Odisha News

BREAKING NEWS

ଝାଡଖଣ୍ଡର ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଟୁଇଟ୍‌ କରି ଅଭିନନ୍ଦନ ଜଣାଇଲେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଆଜି ହେଉଛି ଝାଡଖଣ୍ଡ ସ୍ଥାପନା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ସମସ୍ତ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି ରାଜ୍ୟବାସୀଙ୍କ ପାଇଁ ସୁଖ ଓ ସମୃଦ୍ଧି କାମନା କରିଛନ୍ତି। ସୂଚନାଯୋଗ୍ୟ ଝାଡଖଣ୍ଡ ରାଜ୍ୟ ୨୦୦୦ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଚଳିତ ବର୍ଷ ଝାଡଖଣ୍ଡ ଏହାର ୨୦ତମ ପ୍ରତିଷ୍ଠା ଦିବସ ପାଳନ କରୁଛି।

ପ୍ରଧାନମନ୍ତ୍ରୀ ମୋଦୀ ଆଦିବାସୀ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଅଭିବାଦନ ଜଣାଇଛନ୍ତି। ଏଥି ସହିତ, ପ୍ରତିଷ୍ଠା ଦିନ ଭିତ୍ତିପ୍ରସ୍ତର ସ୍ଥାପନ କରି ଟ୍ୱିଟ୍ କରି ଲେଖିଛନ୍ତି, “ପ୍ରଭୁ ବିର୍ସା ମୁଣ୍ଡା ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ମୋର ଶତ ଶତ ପ୍ରଣାମ। ସେ ଗରୀବ ଲୋକମାନଙ୍କର ପ୍ରକୃତ ଆଶ୍ରା ଥିଲେ, ଯିଏ ଶୋଷିତ ତଥା ବଞ୍ଚିତ ଲୋକଙ୍କ କଲ୍ୟାଣ ପାଇଁ ଜୀବନସାରା ସଂଘର୍ଷ କରିଥିଲେ। ସ୍ୱତନ୍ତ୍ରତା ଆନ୍ଦୋଳନରେ ତାଙ୍କର” ଅବଦାନ ଏବଂ ସାମାଜିକ ସୌହାର୍ଦ୍ଦ୍ୟ ପାଇଁ ତାଙ୍କର ପ୍ରୟାସ ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ।

Leave A Reply

Your email address will not be published.