ମହାକାଶ ଗବେଷଣା କ୍ଷେତ୍ରରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାକୁ ବଡ଼ ସଫଳତା । ଆରମ୍ଭ ହେଲା ମହାକାଶ ଟାକ୍ସି ସେବା । ଆଜି ସଫଳତାର ସହ ପ୍ରଥମ ଅପରେସନାଲ୍ ସ୍ପେସ୍ ଟାକ୍ସି ଫ୍ଲାଇଟକୁ ମହାକାଶ ଅଭିମୁଖେ ପଠାଇଛି ନାସା । ଫାଲକନ୍-9 ମହାକାଶ ଯାନ ପଠାଯାଇଛି । ଏଲନ ମସ୍କର ରକେଟ କମ୍ପାନୀ ସ୍ପେସଏକ୍ସ ସହ ମିଳିତ ଭାବରେ ପ୍ରସ୍ତୁତ କରିଥିବା ଏହି ରକେଟରେ ଚାରି ଜଣ ଯାତ୍ରୀଙ୍କୁ ଅନ୍ତରାଷ୍ଟ୍ରୀୟ ସ୍ପେସ୍ ଷ୍ଟେସନକୁ ପଠାଇଛି ନାସା ।

ଫ୍ଲୋରିଡାର ସ୍ଥିତ ନାସାର ଲଞ୍ଚ ପ୍ୟାଡ୍-39ରୁ ରକେଟ ଉତକ୍ଷେପଣ କରାଯାଇଥିଲା । ନାସାର ଏହା ହେଉଛି ପ୍ରଥମ ମିଶନ ଯେଉଁଥିରେ ବ୍ୟକ୍ତିଗତ ମହାକାଶଯାନର ସହାୟତା ସ୍ପେସ୍ ଷ୍ଟେସନକୁ ମହାକାଶଚାରୀ ପଠାଯାଇଛି । ଚାରି ମହାକାଶଚାରୀଙ୍କ ଭିତରେ ଅଛନ୍ତି ଆମେରିକାର ବାୟୁସେନା କର୍ଣ୍ଣେଲ ତଥା ମହାକାଶଚାରୀ ମାଇକ ହପକିନ୍ସ, ପଦାର୍ଥ ବିଜ୍ଞାନୀ ଶାନନ ୱାକର, ଜାପାନର ମହାକାଶଚାରୀ ସୋଚି ନୋଗୁଚି ଓ ନୌସେନା କମାଣ୍ଡର ତଥା ମହାକାଶଚାରୀ ଭିକ୍ଟର ଗ୍ଲୋଭର ।
BREAKING NEWS
- Yusuf Pathan denies: କ’ଣ ୟୁସୁଫ ପଠାନଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ ମମତା? ନିଜେ ସାଂସଦ କଲେ ଖୁଲାସା..
- No Charge from PMJAY Patients: ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ରୋଗୀଙ୍କଠାରୁ ଆଉ ନେଇପାରିବେନି ଟଙ୍କା…ହଠାତ୍ ହସ୍ପିଟାଲରେ ପହଞ୍ଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ
- Odisha Train Girl Students AI, Data Science: ଏଆଇ ଏବଂ ଡାଟା ସାଇନ୍ସରେ ଆଗକୁ ବଢିବେ ଝିଅ, ପ୍ରତିବର୍ଷ ୧୦୦୦ ଛାତ୍ରୀଙ୍କୁ ଦେବେ ସରକାର ପ୍ରଶିକ୍ଷଣ
- Multiple People Shot in US: ଆମେରିକାରେ ଏକ ମହୋତ୍ସବରେ ଆଖିବୁଜା ଗୁଳିମାଡ, ଅନେକ ଆହତ; ଆକ୍ରମଣକାରୀଙ୍କୁ ଖୋଜୁଛି ପୋଲିସ
- Mahanadi Water Dispute: ମହାନଦୀ ବିବାଦରେ ପଡିବ ପୂର୍ଣ୍ଣଚ୍ଛେଦ! ଦିଲ୍ଲୀରେ ହେବ ୧୧ ଦିନିଆ ମାନସମନ୍ଥନ, ଆମ୍ନାସାମ୍ନୀ କଥା ହେବେ ଓଡିଶା-ଛତିଶଗଡ
- LPG Price Hike: ହାଣ୍ଡିଶାଳକୁ ମହଙ୍ଗା ମାଡ; ୨୯ ଟଙ୍କା ବଢିଗଲା ଏଲପିଜି ଗ୍ୟାସ ଦର, ୩ ମାସରେ ବଢିଲାଣି ଏତିକି ଟଙ୍କା…
- ସୁଭଦ୍ରା ହିତାଧିକାରୀଙ୍କ ସ୍କିଲ ମ୍ୟାପିଂ; ୬୦ ବର୍ଷ ହେଲେ ଆପେ ଯିବେ ଭତ୍ତା ପୋର୍ଟାଲକୁ
- ରାଜସୱ ନିରୀକ୍ଷକ ଚାକିରି ଆଶା ଦେଖାଇ ଯୁବକଙ୍କ ଠାରୁ ସାଢେ ୫ ଲକ୍ଷ ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
- ରାଜ୍ୟରେ ମଞ୍ଜୁର ହେଲା ୩,୭୯୩ କୋଟିର ୨୪ ପ୍ରକଳ୍ପ, ସୃଷ୍ଟି ହେବ ପ୍ରାୟ ୨୦ ହଜାର ନିଯୁକ୍ତି
- Sambalpur Football Academy: ସମ୍ବଲପୁରରେ ନିର୍ମାଣ ହେବ ଫିଫା ମାନର ଆଧୁନିକ ଫୁଟବଲ ପଡ଼ିଆ
Comments are closed.