Latest Odisha News

BREAKING NEWS

୩୫ ବର୍ଷରେ ପଦାର୍ପଣ କଲେ ଅଭିନେତା ଆଦିତ୍ୟ ରୟ କପୁର

ନୂଆଦିଲ୍ଲୀ: ଆଜି ବଲିଉଡ ଅଭିନେତା ଆଦିତ୍ୟ ରୟ କପୁରଙ୍କ ୩୫ତମ ଜନ୍ମଦିନ। ୩୫ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ଏହି ଅଭିନେତା ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଏକ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିଛନ୍ତି। ୨୦୧୩ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଆଶିକୀ-୨’ ତାଙ୍କୁ ଚଳଚ୍ଚିତ୍ର ଜଗତରେ ଏକ ପରିଚୟ ଆଣିଦେଇଥିଲା।

ସେ ୧୬ ନଭେମ୍ବର ୧୯୮୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଆଦିତ୍ୟ ହେଉଛନ୍ତି ପ୍ରସିଦ୍ଧ ନିର୍ମାତା-ନିର୍ଦ୍ଦେଶକ ସିଦ୍ଧାର୍ଥ ରୟ କପୁର ଏବଂ ଅଭିନେତା କୁନାଲ ରୟ କପୁରଙ୍କ ସାନ ଭାଇ। କୁହାଯାଏ ଯେ ଆଦିତ୍ୟ ପ୍ରଥମେ କ୍ରିକେଟର ହେବାକୁ ଚାହୁଁଥିଲେ କିନ୍ତୁ କିଛି ସମୟ ପରେ ସେ କ୍ରିକେଟ୍‌ରୁ ଓହରି ଆସିଥିଲେ। ଏହା ପରେ ସେ ଅଭିନୟ ଜଗତରେ ପାଦ ଦେଇଥିଲେ ଏବଂ ନିଜ ଦକ୍ଷତା ବଳରେ ଅଭିନୟ ଜଗତରେ ଦର୍ଶକଙ୍କ ମନକୁ ଛୁଇଁପାରିଥିଲେ।

Leave A Reply

Your email address will not be published.