ଭୁବନେଶ୍ୱର: ଭୁବନେଶ୍ୱରର ବ୍ୟସ୍ତବହୁଳ ଏୟାରପୋର୍ଟ ଟ୍ରାଫିକ ଛକ ନିକଟରେ ଜଣେ ଗରିବ ବ୍ୟବସାୟୀଙ୍କ ଟମାଟୋ ତଳେ ପଡ଼ିଯିବାରୁ ତାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ଟ୍ରାଫିକ୍ ପୋଲିସ।
ଏପରିକି ସେମାନେ ରାସ୍ତାରେ ଯାଉଥିବା ଗାଡି ଗୁଡ଼ିକୁ ଅଟକାଇବା ସହ ରାସ୍ତା ରେ ପଡ଼ିଥିବା ଟମାଟୋକୁ ଏକାଠି କରି ବ୍ୟବସାୟୀଙ୍କୁ ଦେଇଥିଲେ। ଯେଉଁ ଘଟଣା ଏବେ ସମସ୍ତଙ୍କ ମନ ଜିଣିବାରେ ଲାଗିଛି।
ତେବେ ରାସ୍ତାରୁ ସବୁ ଟମାଟର ଉଠାଇବା ଯାଏଁ ଲୋକମାନେ ଧେର୍ଯ୍ୟର ସହ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ ଯାନବାହାନ ଚଳାଚଳ ଆରମ୍ଭ କରିଥିଲା।
Comments are closed.