Latest Odisha News

BREAKING NEWS

ହନୁମାନ ଭକ୍ତଙ୍କ ପାଇଁ ଖୁସି ଖବର, କିସ୍କିନ୍ଦାରେ ନିର୍ମିତ ହେବ ୨୧୫ ମିଟର ଉଚ୍ଚତାର ପ୍ରତିମା

ଅଯୋଧ୍ୟା: ଭଗବାନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ସହିତ ତାଙ୍କର ପ୍ରିୟ ସେବକ ହନୁମାନଙ୍କ ଭବ୍ୟ ପ୍ରତିମା ନିର୍ମାଣ ପାଇଁ ଯୋଜନା ଆରମ୍ଭ ହୋଇଛି । କର୍ଣ୍ଣାଟକର କିସ୍କିନ୍ଦାରେ ୨୦ ଏକର ଜମିରେ ୨୧୫ ମିଟର ଉଚ୍ଚତାର ବିଶାଳକାୟ ହନୁମାନଙ୍କ ପ୍ରତିମା ନିର୍ମାଣ କରାଯିବ । ପ୍ରାରମ୍ଭିକ ଆକଳନ ଅନୁସାରେ ଏ ବାବଦକୁ ୧୨୦୦ କୋଟି ଟଙ୍କାର ବଜେଟ ରଖାଯାଇଛି । ଏଥିନେଇ ହନୁମାନ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଗଠନ କରାଯାଇଛି ।

ଏହା ବ୍ୟତୀତ ରାମ ମନ୍ଦିର ପାଇଁ ୧୦୦ ଫୁଟ ଉଚ୍ଚତା ଭବ୍ୟ ବିଶାଳ ରଥ ମଧ୍ୟ ଏହି ଟ୍ରଷ୍ଟ ଗଠନ କରିବ । ସେହିପରି ୧୨ ବର୍ଷ ପର୍ଯ୍ୟନ୍ତ ଟ୍ରଷ୍ଟ ହନୁମାନଙ୍କ ରଥଯାତ୍ରା ବାହାର କରିବ । ଭୂମି ପୂଜନ ସମାପ୍ତ ହୋଇଯାଇଥିବାରୁ ଖୁବ୍ ଶୀଘ୍ର ପ୍ରତିମା କାର୍ଯ୍ୟ ଆରମ୍ଭ ହେବ ବୋଲି ଟ୍ରଷ୍ଟର ସଭାପତି ଗୋବିନ୍ଦ ଆନନ୍ଦ ସରସ୍ୱତୀ ଘୋଷଣା କରିଛନ୍ତି ।

Leave A Reply

Your email address will not be published.