Latest Odisha News

BREAKING NEWS

ମହାରାଷ୍ଟ୍ରରେ ଖୋଲିଲା ଧାର୍ମିକ ସ୍ଥଳ

ମୁମ୍ବାଇ: ମହାରାଷ୍ଟ୍ରରେ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ଧାର୍ମିକ ସ୍ଥଳ ଖୋଲାଯାଇଛି। ମହାମାରୀ ଯୋଗୁଁ ୬ମାସ ହେଲା ଧାର୍ମିକ ସ୍ଥଳୀ ସବୁ ବନ୍ଦ ରହିଥିଲା।

ସୂଚନା ଅନୁଯାୟୀ ଲୋକଙ୍କ ଦାବି ଗୁଡ଼ିକୁ ଆଧାର କରି ମନ୍ଦିର ଗୁଡିକ ଖୋଲା ଯାଇଛି ଏବଂ ଏନେଇ ଏସଓପି ମଧ୍ୟ ଜାରି ହୋଇଛି। ନିର୍ଦ୍ଦିଷ୍ଟ ନିୟମ ଅନୁସାରେ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ନିୟମ କରାଯାଇଛି।

ଶିରିଡିରେ ସାଇ ବାବାଙ୍କ ମନ୍ଦିରରୁ ନେଇ ତୁଲଜା ଭବାନୀ ମନ୍ଦିର ଆଦି ଖୋଲିଥିବା ବେଳେ ଶ୍ରଦ୍ଧାଳୁ ମାନେ ଆଜି ଦର୍ଶନ କରିଛନ୍ତି । ସେମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିସହିତ ସମସ୍ତ ଧାର୍ମିକ ସ୍ଥଳ ପାଇଁ ସମାନ ନିୟମ କରାଯାଇଛି।

ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ବଜାୟ ଏବଂ ସମସ୍ତ କଟକଣା ମାନି ବାବାଙ୍କ ଦର୍ଶନ କରିବାକୁ ଅନୁରୋଧ କରାଯାଇଛି ।

ଅପରପକ୍ଷରେ ଶିରିଡ଼ି ସାଇ ମନ୍ଦିରରେ ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ୍ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ ରୋକ ଲଗାଯାଇଛି।

 

Leave A Reply

Your email address will not be published.