Latest Odisha News

BREAKING NEWS

କାଳ ହେଲା ଜଳକ୍ରୀଡ଼ା; ଜଣେ ମୃତ, ୨ ନିଖୋଜ

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳର କାଠସଙ୍ଗଡା ନଦୀରେ ୫ ଜଣ ଯୁବକ ଗାଧୋଇବା ବେଳେ ଘଟିଛି ଏକ ବଡ଼ ଅଘଟଣ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି ଓ ଅନ୍ୟ ୨ ଜଣ ଏବେବି ନିଖୋଜ ଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ନୀଳଗିରି ଅଞ୍ଚଳର ଏହି ୫ ଜଣ ଯୁବକ ତ୍ରିବେଣୀଘାଟରେ ଗାଧୋଇବା ବେଳେ ଅସାବଧାନତା ଯୋଗୁଁ ପାଣିରେ ବୁଡିଯାଇଥିଲେ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି ।

ମୃତ ଯୁବକ ଜଣଙ୍କ ହେଉଛନ୍ତି ସଚିନ୍ଦ୍ର ପତିଙ୍କ ପୁଅ ଅଙ୍କିତ। ନିଖୋଜ ଯୁବକ ମାନେ ହେଉଛନ୍ତି କଦମସାହି ଅଞ୍ଚଳର ବିଜୁ ନାୟକଙ୍କ ପୁଅ ପିୟୁସ ଏବଂ ମିରିଗିଣୀ ଅଞ୍ଚଳର ମୁକ୍ତିକାନ୍ତ ମିଶ୍ରଙ୍କ ପୁଅ ମୃତ୍ୟୁଞ୍ଜୟ।

ଘଟଣାସ୍ଥଳରେ ଅଗ୍ନିଶମବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply

Your email address will not be published.