Latest Odisha News

ହୁ ମୁଖ୍ୟଙ୍କ କଡ଼ା ଚେତାବନୀ; ଟିକା ବାହାରିଲେ ବି କରୋନା ସଂକ୍ରମଣ କମିବ ନାହିଁ

ଜେନେଭା: ସମଗ୍ର ବିଶ୍ୱ କରୋନା ପ୍ରଭାବରେ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଏହି ରୋଗରେ ଦୁନିଆରୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇସାରିଲେଣି। ପୃଥିବୀର ବିଭିନ୍ନ ସ୍ଥାନରୁ ବୈଜ୍ଞାନିକମାନେ ଏହି ଭୂତାଣୁକୁ ମୁକାବିଲା କରିବା ପାଇଁ ଏକ ଟୀକା ଅନୁସନ୍ଧାନ ଜାରି ରଖିଛନ୍ତି ଏବଂ ଆଶା ବ୍ୟକ୍ତ କରୁଛନ୍ତି ଯେ ଏହି ଟୀକା ବାହାରିବା ପରେ ଲୋକମାନଙ୍କୁ ସୁରକ୍ଷା ମିଳିପାରିବ। ତେବେ ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏପରି ଏକ କଥା କହିଛି ଯାହା ଲୋକଙ୍କ ଆଶା ହ୍ରାସ କରିଛି।

BjdElectrycity

WHO ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରିଆସିସ୍ ଚେତାବନୀ ଦେଇଛନ୍ତି ଯେ ଟିକା ବାହାରିବା ପରେ ମଧ୍ୟ ଏହି ମହାମାରୀକୁ ରୋକିବା ସମ୍ଭବ ନୁହେଁ। ଟେଡ୍ରୋସ୍ ସୋମବାର କହିଛନ୍ତି ଯେ ଟିକା ଆସିବା ପରେ ଏହା ଆମ ପାଖରେ ଥିବା ଅନ୍ୟ ମାଧ୍ୟମକୁ ମଜବୁତ କରିବ, କିନ୍ତୁ ସେଗୁଡିକ ବଦଳାଇବାରେ ସମର୍ଥ ହେବ ନାହିଁ। ହୁ ମହାନିର୍ଦ୍ଦେଶକ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏକ ଟିକା ନିଜେ ମହାମାରୀକୁ ବନ୍ଦ କରିବାରେ ଅସମର୍ଥ ହୋଇପାରେ।

Leave A Reply

Your email address will not be published.