Latest Odisha News

ରାଜ୍ୟରେ ଖସୁଛି କରୋନା ଟ୍ରେଣ୍ଡ: ୨୪ ଘଣ୍ଟାରେ ୬୪୪ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ଖସୁଛି କରୋନା ଗ୍ରାଫ । ଲଗାତାର ଚତୁର୍ଥ ଦିନରେ ହଜାରେରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରତିଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ପୂର୍ବ ଦିନ ଅପେକ୍ଷା କମ୍ ରହୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୪୪ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩୭୧ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୭୩ଟି ।

ସବୁ ଜିଲ୍ଲାରୁ ଶହେରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ତିନିଟି ଜିଲ୍ଲା ଖୋର୍ଦ୍ଧା (୭୩), ମୟୂରଭଞ୍ଜ(୫୯) ଓ ସୁନ୍ଦରଗଡ଼ (୬୨) ଜିଲ୍ଲାରୁ ୫୦ରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ବାକି ଜିଲ୍ଲାରେ ଏହି ସଂଖ୍ୟା ୫୦ରୁ କମ୍ ରହିଛି।

ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୦ ହଜାର ୫୨କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୯୯ ହଜାର ୧୫୯ ଆକ୍ରାନ୍ତ । ରାଜ୍ୟରେ ସୁସ୍ଥ ହାର ରହିଛି ୯୬.୪୮% । ବର୍ତ୍ତମାନ ୯ ହଜାର ୨୮୦ଟି ଆକ୍ଟିଭ୍ କେସ୍ ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୩ ଲକ୍ଷ ୩୦ ହଜାର ୯୩୮ କୋଭିଡ୍ ଟେଷ୍ଟ କରାଯାଇଛି ।

Leave A Reply

Your email address will not be published.