Latest Odisha News

BREAKING NEWS

ମହଙ୍ଗା ପଡିଲା କିଡନୀ ବିକି ଆଇଫୋନ୍ କିଣିବା !

ଭୁବନେଶ୍ୱର: ଆଇଫୋନ୍ କିଣିବା ଅନେକଙ୍କ ପାଇଁ ସମ୍ଭବ କିମ୍ବା ଆବଶ୍ୟକ ପଡିନଥାଏ । ଅତ୍ୟାବଶ୍ୟକ କାମ ନୁହେଁ ବରଂ କିଛି ଲୋକ ଷ୍ଟାଟସ୍ ମେଣ୍ଟେନ କରିବାକୁ ଏହି ଫୋନ୍ କିଣିଥାନ୍ତି । ତେବେ ଖାସ୍ କରି ଦାମୀ ଆଇଫୋନ କିଣିବାକୁ ନେଇ କିଡନୀ ବିକିବା ଭଳି ଉପହାସ୍ ଅନେକଙ୍କ ମୁହଁରେ ଶଣିବାକୁ ଥାଏ । ହେଲେ ଏହି ପରିହାସକୁ ସତ ପ୍ରମାଣିତ କରି ଜଣେ ଯୁବକ ନିଜ କିଡନୀ ବିକି ଏକ ଆଇଫୋନ କିଣିଥିଲେ । ଆଉ ଏବେ ସେହି ଯୁବକ ବଂଚିବା ପାଇଁ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ।

୨୦୧୧ରେ ଦୁଇଟି ଆଇଫୋନ୍ କିଣିବା ପାଇଁ ଚାଇନାର ୨୫ବର୍ଷୀୟ ଯୁବକ ୱାଙ୍ଗ୍ ସାଙ୍ଗ୍‌କୁ ନିଜର ଏକ କିଡନୀ ବିକିଦେଇଥିଲେ । ସେହି ସମୟରେ ତାଙ୍କୁ ୧୭ ବର୍ଷ ହୋଇଥିଲାବେଳେ ବ୍ଲାକ୍ ମାର୍କେଟ୍‌ରେ ନିଜ କିଡନୀକୁ ୩ ହଜାର ୨୭୩ ଡଲାର ବିନିମୟରେ ଆଇଫୋନ୍‌-୪ ଓ ଏକ ଆଇପ୍ୟାଡ୍‌-୨ କିଣିଥିଲେ ।

ଏଥିପାଇଁ ଯୁବକ ଜଣକ ଏକ ବେଆଇନ ସର୍ଜରୀ କରାଇଥିଲେ । ଏହି ଘଟଣାର ୯ବର୍ଷ ପରେ ସେହି ଯୁବକ ଜଣକ ଏବେ ରିନାଲ୍ ଡେଫିସିଏନ୍ସି ଦ୍ୱାରା ଗତି କରୁଛନ୍ତି । ଯାହା ପାଇଁ ସେ ଏକ ଡାଇଲେସିସ୍ ଯନ୍ତ୍ର ଦ୍ୱାରା ବଂଚିଥିବାବେଳେ ଡାକ୍ତର ତାଙ୍କୁ ଜୀବନ ସାରା ଶୋଇ ରହିବାକୁ ପରାମର୍ଶ ଦେଇଛନ୍ତି ।

ମିଳିଥିବା ରିପୋର୍ଟ ଅନୁଯାୟୀ ସର୍ଜରୀ ପରେ ଯୁବକଙ୍କର ଅନ୍ୟ ଏକ କିଡନୀ ମଧ୍ୟ ସଂକମ୍ରିତ ହୋଇ ଅକାମୀ ହୋଇଯାଇଛି । ଫଳରେ ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ଘଟିବା ସହ ପ୍ରତିଦିନ ଡାଇଲେସିସ୍ କରାଇବାକୁ ସେ ବାଧ୍ୟ ହୋଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ବେଆଇନ କିଡନୀ ରାକେଟ୍‌ର ୯ଜଣ ସଦସ୍ୟ ଗିରଫ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.