କଟକ: କମିଶନରେଟ ପୋଲିସକୁ କଟକରେ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ । ସ୍ପଷ୍ଟ ଦିବାଲୋକରେ ଏକ ଫାଇନାନ୍ସ କମ୍ପାନୀରୁ ବଡ଼ ଧରଣର ଡକାୟତି ହୋଇଛି । ନୟାସଡ଼କରେ ଥିବା IIFL ନାମକ ଏକ ଫାଇନାନ୍ସ କମ୍ପାନୀରୁ ଏହି ଲୁଟ୍ ହୋଇଛି । ଅଭିଯୋଗ ଅନୁସାରେ, ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ବହୁ ଟଙ୍କା, ସୁନା ଲୁଟି ନେଇଛନ୍ତି ।
ଏହି ଲୁଟପାଟରେ ସାମିଲ ଥିଲେ ୪ ଜଣ ଦୁର୍ବୃତ୍ତ । ଘଟଣାସ୍ଥଳରେ କମିଶନରେଟ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ନିଜେ କଟକ ଡିସିପି ପ୍ରତୀକ ସିଂ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।ଲୁଟେରାଙ୍କୁ ଧରିବା ପାଇଁ ତନାଘନା ଚଳାଇଛି ପୋଲିସ । ସେଠାରେ ଥିବା ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରାଯାଉଛି ।
Comments are closed.