Latest Odisha News

BREAKING NEWS

ପଶ୍ଚିମବଙ୍ଗ ନିର୍ବାଚନ: ଟିଏମସି ସହ ଏକତ୍ର ଲଢ଼ିବା ପାଇଁ ପ୍ରସ୍ତାବ ଦେଲା ଏଆଇଏମଆଇଏମ

କୋଲକାତା: ବିହାର ନିର୍ବାଚନରେ ଭଲ ଫଳାଫଳ କରିବା ପରେ ଏଆଇଏମଆଇଏମ ଏବେ ଆଖି ପକାଇଛି ପଶ୍ଚିମବଙ୍ଗ ନିର୍ବାଚନ ଉପରେ । ଏହାର ଅଧ୍ୟକ୍ଷ ଅସଦୁଦ୍ଦିନ ଓୱାଇସ ଏବେ ଟିଏମସି ସହ ଏକତ୍ର ନିର୍ବାଚନ ଳଢ଼ିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଟିଏମସି ମୁଖ୍ୟ ତଥା ପ୍ରଧାନମନ୍ତ୍ରୀ ମମତା ବାନାର୍ଜି ଏ ନେଇ ଅବଶ୍ୟ କିଛି କହି ନାହାନ୍ତି । ବିଧାନସଭା ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ଆମକୁ ଏକତ୍ର ଲଢ଼ିବାକୁ ପଡିବ ବୋଲି ଓୱାଇସ କହିଛନ୍ତି ।

ପୂର୍ବରୁ ମମତା ଏଆଇଏମଆଇଏମକୁ ବାହରୀ ବୋଲି ସମ୍ବେନ୍ଧିତ କରିବା ସହ ସମାଲୋଚନା କରିଥିଲେ । ଅପରପକ୍ଷରେ ବାମଗୋଷ୍ଠୀ ଓ କଂଗ୍ରେସ ଏକତ୍ର ଲଢ଼ିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏଆଇଏମଆଇଏମକୁ ବିଜେପି ମୁସଲମାନ ଭୋଟ କାଟିବା ପାଇଁ ବ୍ୟବହାର କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

Leave A Reply

Your email address will not be published.