Latest Odisha News

BREAKING NEWS

ମାତ୍ର ୩ ମାସରେ ୭୬ ଜଣ ନିଖୋଜ ପିଲାଙ୍କୁ ଖୋଜି ଆଣିଲେ, ମହିଳା ପୋଲିସ କର୍ମଚାରୀଙ୍କୁ ମିଳିଲା ପ୍ରମୋସନ

ଦିଲ୍ଲୀ: ପୋଲିସର ମହିଳା କର୍ମଚାରୀ ସୀମା ଢାକା ସାଉଥ ନର୍ଥ ଜିଲ୍ଲାର ସମୟପୁର ବାଦଲୀ ଥାନାରେ କାର୍ଯ୍ୟରତ । ସୀମା ମାତ୍ର ତିନି ମାସରେ ୭୬ ଜଣ ହଜି ଯାଇଥିବା ପିଲାଙ୍କୁ ଖୋଜି ବାହାର କରିଛନ୍ତି । ଫଳରେ ସୀମା ଢାକାଙ୍କୁ ମିଳିଛି ପଦୋନ୍ନତି । ଦିଲ୍ଲୀ ପୋଲିସ ଆୟୁକ୍ତଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କୁ ଏଏସ୍ଆଇ ପଦବୀକୁ ପଦୋନ୍ନତି ମିଳିଛି । ଆଉଟ୍ ଅଫ୍ ଟର୍ଣ୍ଣ ପ୍ରମୋସନ ପାଇବାରେ ସୀମା ହେଉଛନ୍ତି ପ୍ରଥମ ପୋଲିସ କର୍ମଚାରୀ ।

ସୀମା ଖୋଜିଥିବା ୭୬ ନିଖୋଜ ପିଲାଙ୍କ ମଧ୍ୟରୁ ୫୬ ଜଣଙ୍କ ବୟସ ୧୪ ବର୍ଷରୁ କମ୍ । ଏହି ସବୁ ପିଲା ପଞ୍ଜାବ, ପଶ୍ଚିମବଙ୍ଗ ଓ ଅନ୍ୟ କିଛି ରାଜ୍ୟର । ସୀମାଙ୍କ ଏହି କାର୍ଯ୍ୟ ପାଇଁ ଦିଲ୍ଲୀ ପୋଲିସ କମିଶନର ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି  ପଦୋନ୍ନତି ପାଇଥିବାରୁ ବେଶ୍ ଖୁସି ଥିବା କହିଛନ୍ତି ସୀମା । ସୀମା ଢାକା ୨୦୦୬ ମସିହାରେ ସିପାହୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ୨୦୧୪ରେ ବିଭାଗୀୟ ପରୀକ୍ଷା ଦେଇ ହାବିଲଦାର ହୋଇଥିଲେ । ସୀମାଙ୍କ ସ୍ବାମୀ ମଧ୍ୟ ଜଣେ ହାବିଲଦାର ।

କିଛି ଦିନ ହେବ ଦିଲ୍ଲୀରେ ପିଲା ନିଖୋଜ ହେବା ଖବର ଚର୍ଚ୍ଚାରେ ରହିଛି । ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ୫୭୨୬୧ ପିଲା ନିଖୋଜ ଥିବା ନେଇ ମାମଲା ରୁଜୁ ହୋଇଛି । ଏହା ମଧ୍ୟରୁ ୨୧୬୩୧ ପିଲାଙ୍କୁ ଖୋଜା ଯାଇଛି  । ଗତ ତିନି ମାସ ମଧ୍ୟରେ ୧୪୪୦ ପିଲାଙ୍କୁ ଖୋଜି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Leave A Reply

Your email address will not be published.