Latest Odisha News

ପତ୍ନୀଙ୍କ ଅନୈତିକ ସମ୍ପର୍କକୁ ସହ୍ୟ ନକରିପାରି ଜୀବନ ହାରିଲେ ଡାକ୍ତର ସ୍ୱାମୀ 

ଗୁରୁଗ୍ରାମ: ଗୁରୁଗ୍ରାମର ଏକ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଜଣେ ଡାକ୍ତର ଶନିବାର ଦିନ ନିଜ ଦେହରେ ବିଷ ଇଞ୍ଜେକ୍ସନ ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଡାକ୍ତରଙ୍କ ପତ୍ନୀଙ୍କର ଅନୈତିକ ସମ୍ପର୍କ ଥିବା ଜାଣିବା ପରେ ଡାକ୍ତର ଜଣକ ଏହାକୁ ସଯ୍ୟ କରି ନପାରି ନିଜ ବାସ ଭବନରେ ଆତ୍ମହତ୍ୟା କରୁଥିବା ପୋଲିସ ପ୍ରକାଶ କରିଛି।ମୃତ ଡାକ୍ତରଙ୍କ ବାପା ତାଙ୍କ ପତ୍ନୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

ମୃତ ବ୍ୟକ୍ତି ଜଣକ ରାଜସ୍ଥାନର ଭିୱାଡି ନିବାସୀ ମନୁଜ ସୋଦି(୪୭) ବୋଲି ଜଣାପଡିଛି। ତାଙ୍କ ପତ୍ନୀ ମୋନିକା ଏବଂ ପିଲାମାନଙ୍କ ସହିତ ସେ ଗୁରୁଗ୍ରାମରେ ରହୁଥିଲେ।

ପ୍ରାୟ ୨୨ ବର୍ଷ ପୂର୍ବେ ଏହି ଦମ୍ପତିଙ୍କର ପ୍ରେମ ବିବାହ ହୋଇଥିଲା ।ମୃତକଙ୍କ ପିତାଙ୍କ ଅଭିଯୋଗ ଅନୁସାରେ, ମୋନିକା ଗୁରୁଗ୍ରାମର ଏକ ବଡ଼ ବିଦ୍ୟାଳୟର ଶିକ୍ଷୟତ୍ରୀ। “ମୋନିକା ଗତ ତିନି ବର୍ଷ ଧରି ଅନ୍ୟ ଜଣଙ୍କ ସହ ଅନୈତିକ ପ୍ରେମ ସମ୍ପର୍କ ରଖିଥିଲେ ଯାହା ସମ୍ପର୍କରେ ମନୁଜ ଆମକୁ ସୂଚନା ଦେଇଥିଲେ। ତାଙ୍କ ପତ୍ନୀଙ୍କ ସମ୍ପର୍କକୁ ନେଇ ସେ ନିଜ ଦେହରେ ବିଷ ଇଞ୍ଜେକ୍ସନ ଦେଇଛନ୍ତି” ବୋଲି ବିନୋଦ ତାଙ୍କ ଅଭିଯୋଗରେ କହିଛନ୍ତି।

“ମୃତ ଡାକ୍ତରଙ୍କ ପଡ଼ୋଶୀ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦେଖି ପୋଲିସକୁ ଜଣାଇବା ପୂର୍ବରୁ ଡାକ୍ତରଙ୍କ ପାଖକୁ ନେଇଯାଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ବିନୋଦ କହିଛନ୍ତି। ପୋଲିସ ଡାକ୍ତରଖାନାରେ ପହଂଚି ମୃତଦେହକୁ ଜବତ କରିବା ସହ ଏହି ମାମଲାରେ ଅଧିକ ତଦନ୍ତ ଆରମ୍ଭ କରିଛି।

Comments are closed.