Latest Odisha News

BREAKING NEWS

ବିନିକାରେ ଥମୁନି ହାତୀପଲଙ୍କ ଉପଦ୍ରବ; ପୁଣି ଭାଙ୍ଗିଲେ ଘର, ନଷ୍ଟ କଲେ ଫସଲ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବିନିକା ଅଞ୍ଚଳରେ ରବିବାର ଦିନ ପୁଣି ଦେଖାଦେଇଛି ହାତୀପଲଙ୍କ ଉପଦ୍ରବ। ପାଖାପାଖି ୨୪ ଟିକିଆ ହାତୀପଲ ଏହି ଅଞ୍ଚଳରେ ଉପଦ୍ରବ ସୃଷ୍ଟି କରିଥିବା ସୂଚନା ରହିଛି।

ପ୍ରାପ୍ତ ସୂଚନାନୁସାରେ, ଗଣେଶପୁରର କେଉଟପଡା ଗାଁରେ ରବିବାର ବିଳମ୍ବିତ ରାତିରେ ହାତୀପଲ ପଶି ଅନେକ କ୍ଷତି ଘଟାଇଛନ୍ତି। ଗାଁର ୩ଟି ଘର ଭାଙ୍ଗିବା ସହ ଶହଶହ ଏକର ଧାନ ଫସଲ ମଧ୍ୟ ନଷ୍ଟ କରିଛନ୍ତି ଏହି ହାତୀ ପଲ।

ଖବର ପାଇ ବନ ବିଭାଗର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡ଼ାଇଛନ୍ତି। ତେବେ ଏହି ସମୟର ଜଣେ ବନ କର୍ମଚାରୀ ଆହତ ହୋଇଥିବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.