Latest Odisha News

BREAKING NEWS

କମୁଛି ପଜିଟିଭ୍ କେସ୍: ରାଜ୍ୟରୁ ୨୪ ଘଣ୍ଟାରେ ୬୩୮ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ହଜାରେରୁ କମ୍ ରହିଛି ଦୈନିକ କରୋନା କେସ୍ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୬୩୮ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩୭୩ ଜଣ ସଂକ୍ରମିତ ହୋଇଛନ୍ତି । ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୨୬୫ଟି । ଗଜପତି ଜିଲ୍ଲାକୁ ଛାଡ଼ି ଦେଲେ ବାକି ୨୯ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ପ୍ରତି ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେରୁ କମ୍ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୭୦ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ୬୫ ଓ ଜଗତସିଂହପୁରରୁ ସଂକ୍ରମିତ ହୋଇଛନ୍ତି ଆଉ ୫୦ ଜଣ ।

ସୁନ୍ଦରଗଡ଼ରୁ ୪୬, ଅନୁଗୁଳରୁ ୪୦, କଟକରୁ ୩୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବାକି ସମସ୍ତ ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଭିତରେ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ ଲକ୍ଷ ୧୩ ହଜାର ୯୬୧କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪ ହଜାର ୯୦୮ ଆକ୍ରାନ୍ତ । ଆକ୍ଟିଭ୍ କେସ୍ ୭ ହଜାର ୩୬୦ ରହିଛି ।

Leave A Reply

Your email address will not be published.