Latest Odisha News

BREAKING NEWS

ସୁରୁଖୁରୁରେ ସମ୍ପନ୍ନ ହେଲା ଲୋକ ଆସ୍ଥାର ମହାପର୍ବ ଛଠ୍‌ ପୂଜା

ନୂଆଦିଲ୍ଲୀ: ଜନ ବିଶ୍ୱାସର ମହାପର୍ବ ଛଠ୍‌ ପୂଜା ସମ୍ପନ୍ନ ହୋଇଛି। ଛଠ୍‌ ବ୍ରତଧାରୀମାନେ ନିଜ ସନ୍ତାନ ସୁରକ୍ଷା ଏବଂ ପରିବାରର ସମୃଦ୍ଧତା କାମନା କରି ଶନିବାର ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଥିଲେ। ଚାରି ଦିନର ଏହି ବ୍ରତ ଶନିବାର ସକାଳ ୬.୪୮ ରେ ସୂର୍ଯ୍ୟଙ୍କ ଉପରେ ଅର୍ଘ୍ୟ ଅର୍ପଣ ସହିତ ସମ୍ପନ୍ନ ହୋଇଥିଲା। କରୋନା କଟକଣା ଭିତରେ ଅନେକ ସ୍ଥାନରେ ପ୍ରତିବନ୍ଧକ ସହିତ ଛଠ୍‌ ପର୍ବ ପାଳନ ହୋଇଥିଲା। ପରମ୍ପରା ଅନୁଯାୟୀ ଅନେକ ସ୍ଥାନରେ ଲୋକମାନେ ଛଠ୍‌ ଘାଟରେ ପହଞ୍ଚି ସୂର୍ଯ୍ୟଙ୍କୁ ପୂଜା କରିଥିଲେ।

ବିଭିନ୍ନ ଘାଟରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା। କରୋନା ସଂକ୍ରମଣର କାଳରେ ମଧ୍ୟ ଲୋକମାନେ ବିଶ୍ୱାସର ସହିତ ଏହି ହାପର୍ବକୁ ନିର୍ଭୟରେ ପାଳନ କରିଥିଲେ।

ରାଜଧାନୀ ରାଞ୍ଚି ସମେତ ଝାଡଖଣ୍ଡ ଏବଂ ମୁମ୍ବାଇର ଅନ୍ୟ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଏବଂ ଛଠ୍‌ ପୂଜା କମିଟି ପକ୍ଷରୁ ଅର୍ଘ୍ୟ ଅର୍ପଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। କରୋନାକୁ ଦୃଷ୍ଟିରେ ରଖି ଛଠ୍‌ ପୂଜା ପାଇଁ ନିର୍ଦ୍ଦେଶାବଳୀ ମଧ୍ୟ ପ୍ରକାଶ ପାଇଥିଲା। ଅନେକ ସ୍ଥାନରେ, ଗାଇଡ୍ ଲାଇନ୍ ସହିତ ସମ୍ପୂର୍ଣ୍ଣ ଅନୁପାଳନ ହୋଇଥିବାବେଳେ କେତେକ ସ୍ଥାନରେ ନିୟମକୁ ମଧ୍ୟ ଅବମାନନା କରାଯାଇଥିବା ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.