Latest Odisha News

ଭାରତରେ ସୁସ୍ଥ ହାର ଅନ୍ୟ ଦେଶ ତୁଳନାରେ ଅଧିକ ରହିଛି; କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ରାଜଧାନୀ ଦିଲ୍ଲୀରେ ଗତ ୬ ଦିନ ମଧ୍ୟରେ ୬୨୮ ଜଣ ପ୍ରାଣ ହରାଇଛନ୍ତି। କରୋନାକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ ବ୍ୟବସ୍ଥା କରାଯାଉଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ ଏହା କରୋନା ବିରୋଧରେ ଯୁଦ୍ଧର ଏକାଦଶ ମାସ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ କରୋନା ବିରୋଧରେ ଲଢିବା ପାଇଁ ସରକାର ଏବଂ ଲୋକଙ୍କୁ ସଚେତନ କରାଯାଇଛି। କରୋନା ନିର୍ଦ୍ଦେଶାବଳୀକୁ କଡାକଡି ଭାବେ ପାଳନ କରାଯାଉଛି। କରୋନା ସ୍ଥିତି ଅତ୍ୟନ୍ତ ଭୟଙ୍କର ରୂପ ନେଇଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଦେଶରେ ୯୦ ଲକ୍ଷ ସୁନିଶ୍ଚିତ ମାମଲାରେ ପ୍ରାୟ ୮୫ ଲକ୍ଷ ରୋଗୀ ଆରୋଗ୍ୟ ହୋଇଛନ୍ତି। ଭାରତରେ ସର୍ବାଧିକ ସୁସ୍ଥ ହାର ରହିଛି।

Comments are closed.