Latest Odisha News

BREAKING NEWS

ଆସୁଛି କୁଲି ନମ୍ବର-୧, ଲିଡ୍ ରୋଲରେ ବରୁଣ ଓ ସାରା

ମୁମ୍ବାଇ: ସାରା ଅଲ୍ଲୀ ଖାନ୍ ଓ ବରୁଣ ଧାୱନଙ୍କ ଫିଲ୍ମ କୁଲି ନମ୍ବର-୧ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି । ଆମାଜନ୍ ପ୍ରାଇମରେ ଫିଲ୍ମ ରିଲିଜ୍ ହେବ । ଏଥିପାଇଁ ସାରା ଓ ବରୁଣ ଫିଲ୍ମର ପ୍ରମୋସନ ମଧ୍ୟ ଆରମ୍ଭ କରି ଦେଇଛନ୍ତି । ପ୍ରମୋସନ ପୂର୍ବରୁ ଦୁଇ ଜଣ ଭିଡିଓ କରି ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଭିଡିଓରେ ଦୁଇ ଜଣ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି । କୁଲି ନମ୍ବର-୧ ଏକ ପାରିବାରିକ କମେଡି ମୁଭି । ଡେଭିଡ ଧାୱନ ଏହାର ନିର୍ଦ୍ଦେଶନା ଦେଇଛନ୍ତି ।

ପୂର୍ବ କୁଲି ନମ୍ବର-୧ରେ ଗୋବିନ୍ଦା ଓ କରିସ୍ମା କପୁରଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିଥିଲା । ନୂଆ ଫିଲ୍ମରେ ବରୁଣ ଧାୱନ, ସାରା ଅଲ୍ଲୀ ଖାନଙ୍କ ବ୍ୟତୀତ ପରେଶ ରାୱଲ, ଜାଭେଦ ଜାଫରୀ, ଜନି ଲିଭର, ରାଜପାଲ ଯାଦବଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । କ୍ରିସମାସ ଅବସରରେ ବରୁଣ ଓ ସାରାଙ୍କ ଏହି ଫିଲ୍ମ ଆମାଜନ ପ୍ରାଇମରେ ରିଲିଜ୍ ହେବ ବୋଲି ଜଣାପଡ଼ିଛି ।

Comments are closed.