Latest Odisha News

BREAKING NEWS

ପିମ୍ପୁଡି ବସାରେ ନିଆଁ ଲଗାଇବାକୁ ଯାଇ ଜଳିଗଲେ ଯୁବତୀ

ଚେନ୍ନାଇ: ପିମ୍ପୁଡିଙ୍କୁ ତଡିବାକୁ ଯାଇ ପ୍ରାଣ ହରାଇଲେ ଜଣେ ସଫ୍ଟୱେୟାର ଇଂଜିନିଅର । ମହଙ୍ଗା ପଡିଥିଲା ପିମ୍ପୁଡି ବସାରେ ନିଆଁ ଲଗାଇବା । ପିମ୍ପୁଡି ତ ଗଲେନି ବରଂ ଅବେଳାରେ ଉଡିଗଲା ଜଣେ ୨୭ ବର୍ଷୀୟ ଯୁବତୀଙ୍କ ପ୍ରାଣବାୟୁ ।

ଚେନ୍ନାଇର ସୋଲିଙ୍ଗାନାଲୁରର ଏକ ଆଇଟି ସଂସ୍ଥାରେ କାମ କରୁଥିଲେ ସଙ୍ଗୀତା ନାମକ ଜଣେ ଯୁବତୀ । ନିଜ ଘର ବେଡ୍‌ରୁମ୍‌ରେ ସେ ଏକ ପିମ୍ପୁଡି ବସା ଠାବ କରିଥିଲେ । ଅତିଷ୍ଠ ହୋଇ ନିଜ ମାଆ କଥାରେ ପଡି ସେ ପିମ୍ପୁଡି ବସାରେ ନିଆଁ ଲଗାଇବାକୁ ଯୋଜନା କରିଥିଲେ । ହେଲେ ପିମ୍ପୁଡିଙ୍କ ବଦଳରେ ଖୋଦ ସଙ୍ଗୀତା ନିଆଁ ଆୟତ୍ତକୁ ପଳାଇଥିଲେ ।

ସଙ୍ଗୀତାଙ୍କ ଶରୀରର ୯୦ଭାଗ ଅଂଶ ପୋଡିଯିବାପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମିଳିଥିବା ରିପୋର୍ଟ ଅନୁଯାୟୀ କରୋନା ମହାମାରୀରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ସଙ୍ଗୀତାଙ୍କ ଏକ ମାତ୍ର ରୋଜଗାରରେ ତାଙ୍କ ପରିବାର ଭରଣପୋଷଣ ହେଉଥିଲା ।

ଘଟଣାଦିନ କିରୋସିନ ପକାଇ ସଙ୍ଗୀତା ପିମ୍ପୁଡି ବସାକୁ ଜାଳିବାକୁ ଚେଷ୍ଟା କରିଥିଲେ । ତେବେ ଦୁର୍ଘଟଣାବଶତଃ କିରୋସିନ ଭର୍ତ୍ତି ଡବାଟି ତାଙ୍କ ଉପରେ ପଡିଯିବା ପରେ ଦେହରେ ନିଆଁ ଲାଗିଯାଇଥିଲା । ଶତଚେଷ୍ଟା କରି ସୁଦ୍ଧା କେହି ତାଙ୍କୁ ନିଆଁ ଦାଉରୁ ରକ୍ଷା କରିପାରିନଥିଲେ । ଶେଷରେ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.