Latest Odisha News

BREAKING NEWS

ଜାନୁଆରୀ ତୃତୀୟ ସପ୍ତାହରେ ଓଡ଼ିଶା ଆସିପାରନ୍ତି ସୋନିଆ ଗାନ୍ଧି

ଭୁବନେଶ୍ବର: ଆସନ୍ତା ଜାନୁଆରୀ ତୃତୀୟ ସପ୍ତାହରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଓଡ଼ିଶା ଗସ୍ତ କରିବାର ସମ୍ଭାବନା ରହିଛି । ରାଜ୍ୟ କଂଗ୍ରେସ ନେତାଙ୍କ ଅନୁଯାୟୀ ସୋନିଆ ଗାନ୍ଧି ଏକ ସାଧାରଣ ସଭାକୁ ସମ୍ବୋଧନ କରିପାରନ୍ତି । ହେଲେ ସୋନିଆ ଗାନ୍ଧିଙ୍କ ଗସ୍ତ ନେଇ ଏପର୍ଯ୍ୟନ୍ତ କୌଣସି ଚୂଡାନ୍ତ…

ଋଷର ମସ୍କୋରେ ଆରମ୍ଭ ହେଲା ଟୀକାକରଣ, ଖୋଲିଲା ୭୦ ଭ୍ୟାକସିନ୍ ସେଣ୍ଟର

ମସ୍କୋ: ଋଷର ରାଜଧାନୀ ମସ୍କୋରେ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ୍-୧୯ ଟୀକାକରଣ । ଯେଉଁମାନଙ୍କୁ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି, ସେହିମାନଙ୍କୁ ଏହି ଟିକା ଦିଆଯାଉଛି । ଋଷ ନିଜର ସ୍ପୁଟନିକ୍-ଭି ଟିକା ଦେଉଛି । ହଜାର ହଜାର ଲୋକ ଟୀକାକରଣ ପାଇଁ ପଞ୍ଜିକରଣ କରିଛନ୍ତି । ସ୍ପୁଟନିକ୍-ଭି…

କାଲି ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟି-୨୦: ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ସିଡନୀ: ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-୨୦ । ସିଡନୀରେ ମ୍ୟାଚ୍ ଅନୁଷ୍ଠିତ ହେବ । ସିଡନୀର ଏହି ଗ୍ରାଉଣ୍ଡରେ ଦୁଇଟି ଦିନିକିଆ ଖେଳିଥିଲା ଭାରତ । ଏହି ଦୁଇ ମ୍ୟାଚରେ ଅଷ୍ଟ୍ରେଲିଆ ବିଶାଳ ସ୍କୋର କରିଥିଲା । ଫଳରେ ଭାରତ ପରାସ୍ତ ହୋଇଥିଲା । ପୁଣି ଥରେ ଏହି…

କରୋନା ଟୀକାକରଣ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ବର: ଟୀକାକରଣ ବ୍ୟବସ୍ଥା ସହଜ କରିବାକୁ ରାଜ୍ୟ ସରକାର ଗଠନ କଲେ କମିଟି । ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ କମିଟି ଗଠନ କରାଯାଇଛି ।୨୧ ଜଣିଆ ରାଜ୍ୟସ୍ତରୀୟ କମିଟିର ଅଧ୍ୟକ୍ଷ ରହିବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ । ଏଥିରେ ସଦସ୍ୟ ସଚିବ ଭାବେ କାମ କରିବେ ରାଜ୍ୟ ଟୀକାକରଣ…

ଭାରତକୁ ଶୀଘ୍ର ମିଳିବ ରୋମିଓ ହେଲିକପ୍ଟର: ଜାରି ହେଲା ପ୍ରଥମ ଫଟୋ

ନୂଆଦିଲ୍ଲୀ: ନୌସେନା ଦିବସ ଅବସରରେ ଭାରତକୁ ଆମେରିକା କମ୍ପାନୀ ଲକହିଡ୍ ମାର୍ଟିନ୍ ଦେଲା ଉପହାର । ଭାରତକୁ ମିଳିବାକୁ ଥିବା ଏମଏଚ୍-୬୦ଆର ଅର୍ଥାତ୍ ରୋମିଓ ହେଲିକପ୍ଟରର ପ୍ରଥମ ଫଟୋ ଜାରି କରିଛି ଲକହିଡ୍ ମାର୍ଟିନ୍ । କୁହାଯାଉଛି କି ଖୁବ୍ ଶୀଘ୍ର ଏହି ହେଲିକପ୍ଟର ଭାରତ ଆସିବ । ଶୀଘ୍ର ଭାରତୀୟ…

କରୋନା ପଜିଟିଭ୍ ହେଲେ ଖେଳାଳି: ଟସ୍ ପୂର୍ବରୁ ସ୍ଥଗିତ ରହିଲା ମ୍ୟାଚ୍

କେପଟାଉନ୍: ମ୍ୟାଚ୍ ପାଇଁ ପ୍ରସ୍ତୁତି ସରିଥିଲା । ମୁହାଁମୁହିଁ ହୋଇଥାନ୍ତେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା । ଟସ୍ ପଡିଥାନ୍ତା, ମ୍ୟାଚ୍ ଆରମ୍ଭ ହୋଇଥାନ୍ତା । ହେଲେ ଶେଷ ମୁହୂର୍ତ୍ତରେ ସ୍ଥଗିତ ରହିଲା ମ୍ୟାଚ୍ । ଦକ୍ଷିଣ ଆଫ୍ରିକାର ଜଣେ ଖେଳାଳି ମ୍ୟାଚ୍ ଦିନ କରୋନା ପଜିଟିଭ୍ ଚିହ୍ନଟ ହେବାରୁ…

୫ ହଜାର ଟଙ୍କା ପର୍ଯ୍ୟନ୍ତ କରିହେବ କଣ୍ଟାକ୍ଟଲେସ୍ ପେମେଣ୍ଟ, ଜାନୁଆରୀ ୧ରୁ ନୂଆ ନିୟମ

ନୂଆଦିଲ୍ଲୀ: କଣ୍ଟାକ୍ଟଲେସ୍ ପେମେଣ୍ଟର ପ୍ରସାର ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି । କଣ୍ଟାକ୍ଟଲେସ୍ ପେମେଣ୍ଟ ଲିମିଟ୍ ୨୦୦୦ରୁ ବୃଦ୍ଧି କରି ୫୦୦୦ କରିବାକୁ ପ୍ରସ୍ତାବ ରଖିଛି ଆରବିଆଇ । ଡିଜିଟାଲ ପେମେଣ୍ଟର ପ୍ରସାର ପାଇଁ ଲଗାତର ପ୍ରୟାସ କରୁଛି ରିଜର୍ଭ…

ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ । କ୍ରାଇମବ୍ରାଞ୍ଚ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଛି । ସାଇବର ଥାନାରେ ଜେରା ପରେ ତାଙ୍କୁ ଗିରଫ କରାଯାଇଛି । ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧ ଓ ୧୨୦ (ବି) ଭଳି ସଙ୍ଗୀନ ଦଫା ଲାଗିଛି ।…

ସରକାରଙ୍କ ତରଫରୁ ଦିଆଯାଇଥିବା ଖାଦ୍ୟ ଖାଇଲେନି ଚାଷୀ ନେତା, ସିଂଘୁ ବୋର୍ଡରରୁ ଆସିଲା ଲଞ୍ଚ

ନୂଆଦିଲ୍ଲୀ: କୃଷକ ଓ ସରକାରଙ୍କ ମଧ୍ୟରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ଆଲୋଚନା । ଦୀର୍ଘ ସମୟ ହେବ ମାରାଥନ ବୈଠକ କରାଯାଉଛି । ବୈଠକ ବେଳେ ଲଞ୍ଚ ବ୍ରେକ୍ ହୋଇଥିଲା । ଏହି ସମୟରେ ସରକାରଙ୍କ ପକ୍ଷରୁ କୃଷକ ନେତାଙ୍କୁ ଭୋଜନ ଖାଇବାକୁ ଦିଆଯାଇଥିଲା । ହେଲେ ଚାଷୀନେତା ସରକାରଙ୍କ ଭୋଜନକୁ…

ଖୋଲିଲା ପାଠକ ପେଡି: ଆକାଶଙ୍କ ଆକାଉଣ୍ଟରେ ୧୪.୭୭ କୋଟି

ଭୁବନେଶ୍ବର: ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ମିଛ ସାମ୍ରାଜ୍ୟର ପେଡି ଖୋଲିଛି ଭିଜିଲାନ୍ସ । ଆକାଶଙ୍କ ଆକାଉଣ୍ଟରେ ଜମା ଥିଲା ୧୪.୭୭ କୋଟି । ଆକାଶଙ୍କ ତିନିଟି ଆକାଉଣ୍ଟରେ ଟଙ୍କା ଜମା ହୋଇଥିଲା । ୯ କୋଟି ଟଙ୍କା ଜମା ଥିବା ପୂର୍ବରୁ ସୂଚନା ଦେଇଥିଲା ଭିଜିଲାନ୍ସ । ଭୁବନେଶ୍ବର ଓ…