ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀଙ୍କ ପ୍ରଦର୍ଶନ ଜାରି ରହିଛି। ପଞ୍ଜାବ ଏବଂ ହରିୟାଣାର ବହୁ ସଂଖ୍ୟକ କୃଷକ ଦିଲ୍ଲୀ ଆସିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ପୋଲିସର କଡା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଛନ୍ତି। ପଞ୍ଜାବ-ହରିୟାଣା ସୀମାରେ ପୋଲିସର କଡା ସୁରକ୍ଷା ରହିଛି। କରୋନା ଅବଧିରେ ଏପରି ବିରୋଧ କରିବା ଅଧିକ ଚିନ୍ତାଜନକ ହୋଇପଡ଼ିଛି। ତେବେ ଏହି ବିରୋଧକୁ ନେଇ ବଲିଉଡ ସେଲିବ୍ରେଟମାନଙ୍କ ଠାରୁ ମଧ୍ୟ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଯାଇଛି। ଗାୟକ ଦିଲଜିତ୍ ଦୋସଞ୍ଜ ଏବଂ ସୋନୁ ସୁଦଙ୍କ ସମେତ ସେଲିବ୍ରେଟିମାନେ ଏହି ପ୍ରତିବାଦରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ଅଭିନେତା ଦିଲଜିତ ଦୋସଞ୍ଜ ଇନଷ୍ଟାଗ୍ରାମରେ ବିରୋଧ ପ୍ରଦର୍ଶନର ଫଟୋ ସେୟାର କରି ଲେଖିଛନ୍ତି ଯେ ବାବା ଭଲ କରନ୍ତୁ, ସବୁକିଛି ଠିକ ହେଇଯାଉ।
ଏଥି ସହିତ ଅଭିନେତା ସୋନୁ ସୁଦ ଏବଂ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ମଧ୍ୟ କୃଷକଙ୍କ ସମର୍ଥନରେ ବାହାରିଛନ୍ତି। ଅଭିନେତା ସୋନୁ ସୁଦ ଟ୍ୱିଟରରେ ପୋଷ୍ଟ କରିବାବେଳେ ଲେଖିଛନ୍ତି ‘କିସାନ ମେରା ଭଗବାନ୍’। ସେହିଭଳି ଉର୍ମିଳା ଲେଖିଛନ୍ତି ଯେ ‘ଅର୍ଣ୍ଣଦାତା ସୁଖୀ ଭବ’।
Comments are closed.