Latest Odisha News

BREAKING NEWS

ଫିଲ୍ମ ‘ଦ ଇମୋଟାଲ୍‌‌ ଅଶ୍ୱତଥାମା’ରେ ଭିକିଙ୍କ ବିପକ୍ଷର ନାୟିକା ସାଜିବେ ସାରା!

ନୂଆଦିଲ୍ଲୀ: ‘ଉରି ସର୍ଜିକାଲ୍ ଷ୍ଟ୍ରାଇକ୍’‌ର ଅଭିନେତା ନିର୍ଦ୍ଦେଶକ ଯୋଡି ପ୍ରଶଂସା ସାଉଁଟିଥିଲେ ପୁଣି ଥରେ ଏହି ଯୋଡି ଦର୍ଶକଙ୍କୁ ଭିନ୍ନ ଢଙ୍ଗରେ ମନୋରଞ୍ଜନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ‘ଉରି’ ଫିଲ୍ମର ନିର୍ଦ୍ଦେଶକ ଆଦିତ୍ୟ ଧର ଭିକି କୌଶଲଙ୍କ ସହ ପୁଣି ଏକ ଫିଲ୍ମ ନିର୍ମାଣ କରୁଛନ୍ତି। ଏହି ଚଳଚ୍ଚିତ୍ରର ନାମ ହେଉଛି ‘ଦ ଇମୋର୍ଟଲ୍‌ ଅଶ୍ୱତଥାମା’। ସୂଚନାନୁଯାୟୀ ଭିକି ‌କୌଶଲଙ୍କ ବିପକ୍ଷରେ ଅଭିନେତ୍ରୀ ସାରା ଅଲି ଖାନ ଏହି ଫିଲ୍ମରେ ଦେଖିବାକୁ ମିଳିବ।

ରିପୋର୍ଟ ଅନୁଯାୟୀ ସାରା ଅଲି ଖାନ ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକା ପାଇଁ ଚଳଚ୍ଚିତ୍ର ନିର୍ମାତାଙ୍କ ପ୍ରଥମ ପସନ୍ଦ ବୋଲି ବିବେଚନା କରାଯାଏ। ତାଙ୍କ ଚରିତ୍ର ପୌରାଣିକ ପୃଷ୍ଠଭୂମି ଉପରେ ଆଧାରିତ ହେବ ଏବଂ ଅନୁମାନ କରାଯାଉଛି ଯେ ଶୀଘ୍ର ସାରା ଅଲି ଖାନ ଏହି ଚଳଚ୍ଚିତ୍ର ପାଇଁ ସାଇନ୍‌ କରିବେ। ଆହୁରି ମଧ୍ୟ ଖବର ଅଛି ଯେ ଅଭିନେତା ବିକି କୌଶଲ ମଧ୍ୟ ଏହି ଫିଲ୍ମରେ ତାଙ୍କ ଚରିତ୍ରରେ ଅଭିନୟ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେ ମିଶ୍ରିତ ମାର୍ଶଲ ଆର୍ଟରେ ତାଲିମ ନେଉଛନ୍ତି। ସାରା ଅଲି ଖାନ ମଧ୍ୟ ଆସନ୍ତା ବର୍ଷ ଆରମ୍ଭରୁ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ।

Leave A Reply

Your email address will not be published.