Latest Odisha News

BREAKING NEWS

ପୁଣି ଚର୍ଚ୍ଚାରେ ସୋନୁ; ୧୨ ବର୍ଷର ଯନ୍ତ୍ରଣାକୁ ମାତ୍ର ୧୧ ଘଣ୍ଟାରେ ହ୍ରାସ‌ କଲେ ସୋନୁ

ନୂଆଦିଲ୍ଲୀ: ଅଭିନେତା ସୋନୁଙ୍କ ଅନ୍ୟକୁ ସାହାଯ୍ୟ କରିବା କଥା ନୂଆ ନୁହେଁ। କରୋନା କାଳରେ ଅଭିନେତା ଏପରି କାର୍ଯ୍ୟ କରିଛନ୍ତି ଯେ ସେ ସମସ୍ତଙ୍କ ଦୃଷ୍ଟିରେ ସେ ମହାନ ହୋଇପାରିଛନ୍ତି। ଅଭିନେତା ନିଜ କାମ ବଳରେ ଅନେକ ଲୋକଙ୍କ ହୃଦୟ ଜିତିଛନ୍ତି।

ବର୍ତ୍ତମାନ ସୋନୁ ସୁଦ ଅନ୍ୟ ଜଣେ ପ୍ରଶଂସକଙ୍କୁ ହୃଦୟ ଖୋଲି ସାହାଯ୍ୟ କରିଛନ୍ତି। ସୋନୁଙ୍କର ଜଣେ ପ୍ରଶଂସକ ଗତ ୧୨ ବର୍ଷ ଧରି ଅସୁବିଧାରେ ଥିଲେ। ଟଙ୍କା ଅଭାବରୁ ତାଙ୍କର ଅସ୍ତ୍ରୋପଚାର ହୋଇପାରୁ ନଥିଲା। ସେ ଜୀବନରେ ଭରସା ହରାଇ ବସିଥିଲେ। କିନ୍ତୁ ସେହି କଷ୍ଟ ସମୟରେ ସୋନୁ ସୁଦ ଏହି ପ୍ରଶଂସକଙ୍କୁ ସାହାଯ୍ୟର ହାତ ବଢାଇଥିଲେ। ୧୧ ଘଣ୍ଟା ମଧ୍ୟରେ ତାଙ୍କର ୧୨ ବର୍ଷର ଯନ୍ତ୍ରଣାକୁ ହ୍ରାସ କରିଥିଲେ ସୋନୁ। ଜଣେ ଡାକ୍ତର ସୋସିଆଲ ମିଡିଆରେ ଟ୍ୱିଟ୍ କରି ସେହି ପ୍ରଶଂସକଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ଦେଇଛନ୍ତି। ଟ୍ୱିଟରେ ଲେଖାଯାଇଛି ଯେ ଅମନଜିତ୍ ବର୍ତ୍ତମାନ ସୁସ୍ଥ ଅଛନ୍ତି। ତାଙ୍କର ୧୧ ଘଣ୍ଟାର ଏକ ଲମ୍ବା ନ୍ୟୁରୋ ସର୍ଜରୀ ହୋଇଥିଲା। ଡାକ୍ତର ଜଣକ ଆହୁରି ମଧ୍ୟ କହିଛନ୍ତି ଯେ ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ ସେ ଆମ ସହିତ ନିରନ୍ତର ଯୋଗାଯୋଗରେ ଥିଲେ। ଅପରେସନ୍ ପରେ ମଧ୍ୟ ସେ କଥାବାର୍ତ୍ତା ଜାରି ରଖିଥିଲେ।

ଯେତେବେଳେ ସୋନୁ ସୁଦ ତାଙ୍କ ପ୍ରଶଂସକଙ୍କ ଏହି ସ୍ୱାସ୍ଥ୍ୟ ଅପଡେଟ୍ ପାଇଲେ, ସେ ବହୁତ ଖୁସି ହେଲେ। ସୋସିଆଲ ମିଡିଆରେ ଟ୍ୱିଟ୍ କରି ସୋନୁ ନିଜ ଖୁସି ବ୍ୟକ୍ତ କରିଛନ୍ତି। ଟୁଇଟ୍‌ରେ ସୋନୁ ଲେଖିଛନ୍ତି – ଆଜି ଏହା ହେଉଛି ସର୍ବୋତ୍ତମ ଖବର। ୧୨ ବର୍ଷର ଯନ୍ତ୍ରଣା ୧୧ ଘଣ୍ଟାରେ ଭଲ ହୋଇଗଲା। ସୋନୁଙ୍କ ଏହି ଟ୍ୱିଟ ଏବେ ଭାଇରାଲ ହୋଇଛି ଏବଂ ପ୍ରଶଂସକମାନେ ମଧ୍ୟ ଏହି ଅନ୍ଦାଜ୍‌କୁ ବେଶ୍‌ ପସନ୍ଦ କରୁଛନ୍ତି। ଅଭିନେତା ଏହା ପୂର୍ବରୁ ମଧ୍ୟ ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି।

Comments are closed.