Latest Odisha News

BREAKING NEWS

ବାବା ଧବଳେଶ୍ୱରଙ୍କୁ ରାତି ୩ଟାରେ ଲାଗି ହେଲା ଗଜଭୋଗ

ଆଠଗଡ଼(କଟକ): କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ପାଳିତ ହୋଇଛି ବଡ଼ଓଷା । ଏହି ଅବସରରେ ଗତକାଲି ରାତି ୩ଟାରେ ଗଜଭୋଗ ଲାଗି ହୋଇଥିଲା । ରାତି ଗୋଟାଏରେ ପହଡ଼ ଖୋଲାଯାଇ ମଙ୍ଗଳ ଆଳତି, ବାଳଭୋଗ ସହ ଅନ୍ୟାନ୍ୟ ନୀତିକାନ୍ତି ହୋଇଥିଲା । ଏହାପରେ ରାତି ୩ଟାରେ ବାବା ଧବଳେଶ୍ୱରଙ୍କୁ ଲାଗି ହୋଇଥିଲା ଗଜଭୋଗ ।

ବଡ଼ଓଷା ଅବସରରେ ମହାପ୍ରଭୁ ଦେବଦେବ ମହାଦେବ ବାବା ଧବଳେଶ୍ୱର ଦୁର୍ଲଭ ନାଗାର୍ଜୁନ କିରାତ ବେଶରେ ଦର୍ଶନ ଦେଇଛନ୍ତି । ଆଜି ବି ବାବା କିରାତାର୍ଜୁନ ବେଶରେ ଦର୍ଶନ ଦେଉଛନ୍ତି । ୨୫ ବର୍ଷ ପରେ ଏହି ଦୁର୍ଳଭ ବେଶ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ କରୋନା କଟକଣା ଯୋଗୁ ଭକ୍ତମାନେ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ।

Leave A Reply

Your email address will not be published.