Latest Odisha News

ସ୍ୱିଡେନର ପ୍ରିନ୍ସ ଏବଂ ରାଜକୁମାରୀ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ସ୍ୱିଡେନର ପ୍ରିନ୍ସ ଏବଂ ରାଜକୁମାରୀ କରୋନା ପଜିଟିଭ୍ ‌ଚିହ୍ନଟ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ବୁଧବାର ରାତିରେ ସେମାନଙ୍କଠାରେ କରୋନା ଜନିତ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା। ଏହାପରେ ଉଭୟ କରୋନା ପରୀକ୍ଷା କରାଇଥିଲେ ଏବଂ ଉଭୟଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା।

ଏହା ପରେ ସେ ନିଜ ପିଲାମାନଙ୍କ ସହିତ ସଙ୍ଗରୋଧରେ ରହିବାକୁ ଘୋଷଣା କରିଥିଲେ। ସୂଚନା ଅନୁଯାୟୀ ବର୍ତ୍ତମାନ ଉଭୟଙ୍କ ଅବସ୍ଥା ଭଲ ଅଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ ଅନୂସନ୍ଧାନ ଜାରି ରହିଛି।

Comments are closed.