Latest Odisha News

BREAKING NEWS

ଖୋଲିଲା ପାଠକ ପେଡି: ଆକାଶଙ୍କ ଆକାଉଣ୍ଟରେ ୧୪.୭୭ କୋଟି

ଭୁବନେଶ୍ବର: ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ମିଛ ସାମ୍ରାଜ୍ୟର ପେଡି ଖୋଲିଛି ଭିଜିଲାନ୍ସ । ଆକାଶଙ୍କ ଆକାଉଣ୍ଟରେ ଜମା ଥିଲା ୧୪.୭୭ କୋଟି । ଆକାଶଙ୍କ ତିନିଟି ଆକାଉଣ୍ଟରେ ଟଙ୍କା ଜମା ହୋଇଥିଲା । ୯ କୋଟି ଟଙ୍କା ଜମା ଥିବା ପୂର୍ବରୁ ସୂଚନା ଦେଇଥିଲା ଭିଜିଲାନ୍ସ । ଭୁବନେଶ୍ବର ଓ ପୁନେରେ ଥିବା ଆକାଶଙ୍କ ୩ଟି ଆକାଉଣ୍ଟରେ ୯.୪୮ କୋଟି ଟଙ୍କା ଜମା ହୋଇଛି । ଅନ୍ୟ ସୂତ୍ରରୁ ଆକାଶଙ୍କ ଆକାଉଣ୍ଟକୁ ଆସିଛି ୫.୨୯ କୋଟି ଟଙ୍କା ।

ଅଭୟକାନ୍ତଙ୍କ ଲିଙ୍କ ନେଇ ୭ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସର ୧୨ ଜଣିଆ ଟିମ୍ । ଅଭୟକାନ୍ତ କାମ କରିଥିବା ପୁରୁଣା ଅଫିସରେ ମଧ୍ୟ ଯାଞ୍ଚ କରାଯାଇଛି । ଚଢାଉ ସମୟରେ ଫୋନ୍, ଲାପଟପ୍ ସହ ଅନ୍ୟାନ୍ୟ ସାମଗ୍ରୀକୁ ଫରେନ୍ସିକ୍ ଯାଞ୍ଚ ପାଇଁ ଦିଆଯାଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭୟକାନ୍ତ ପାଠକଙ୍କୁ ଗିରଫ କରାଯାଇଥିବା ବେଳେ ଟାଟା ମୋଟର୍ସରେ ଲୋକଙ୍କୁ ନିଯୁକ୍ତି ଦେବା ନାଁରେ ଠକେଇ ଅଭିଯୋଗରେ ପୁଅ ଆକାଶ ପାଠକଙ୍କୁ ଗିରଫ କରିଛି ଭିଜିଲାନ୍ସ ।

Leave A Reply

Your email address will not be published.