ଭୁବନେଶ୍ୱର: ଆଜିଠାରୁ ନକ୍ସଲ ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି । ଆସନ୍ତା ୮ ତାରିଖ ଯାଏ ଏହି ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ମାଓ ଅଧ୍ୟୁଷିତ ଜିଲ୍ଲାରଗୁଡ଼ିକରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ସୀମାକୁ ସିଲ୍ କରି ଯାଞ୍ଚକୁ କଡ଼ାକଡ଼ି କରିଛି ପୋଲିସ । ପିଏଲଜିଏ ସପ୍ତାହ ପାଳନ ବେଳେ ମାଓବାଦୀ ପୋଲିସ ଏନକାଉଣ୍ଟରରେ ନିହତ ସାଥିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସହିଦ ସ୍ମୃତି ସ୍ତମ୍ଭ ନିର୍ମାଣ କରି ଥାଆନ୍ତି । ଏଥିରେ ସାମିଲ ହେବାରୁ ସ୍ଥାନୀୟ ଲୋକଙ୍କୁ ଆହ୍ୱାନ ଦେଇ ଥାଆନ୍ତି ।
ପିଏଲଜିଏ ସପ୍ତାହ ପାଳନ ବେଳେ ହିଂସାକାଣ୍ଡ ଘଟାଇବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ବିଏସଏଫ୍, ଡିଭିଏଫ୍ ଓ ଏସଓଜି ଯବାନ କମ୍ବିଂକୁ ଜୋରଦାର କରିଛନ୍ତି । ସୀମାରେ ଓ ଜିଲ୍ଲାର ପ୍ରବେଶ ପଥରେ ଗାଡ଼ିମୋଟର ଚେକିଂକୁ କରାଯାଉଛି । ବିଶେଷ କରି ଦୁର୍ଗମ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଛି ପୋଲିସ । ବନ୍ଦ ରହିଛି ସରକାରୀ ବସ୍ ଚଳାଚଳ । ରାଜ୍ୟର କିଛି ରୁଟରେ ଘରୋଇ ବସ୍ ଚଳାଚଳ ବି ବନ୍ଦ ରହିଛି ।
ବିଶେଷ କରି ମାଲକାନଗିରି ଜିଲ୍ଲାରେ ସୁରକ୍ଷା ଅଧିକ କଡ଼ାକଡ଼ି ହୋଇଛି । ସ୍ୱାଭିମାନ ଅଞ୍ଚଳରେ କମ୍ୱିଂକି ଜୋରଦାର କରାଯାଇଛି । ସିଲ୍ ହୋଇଛି ସୀମା । ବାହାରୁ ଆସୁଥିବା ଯାନବାହନକୁ ଭଲ ଭାବରେ ତନଖି କରି ଭିତରକୁ ଛଡ଼ାଯାଉଛି ।
BREAKING NEWS
- କାମାକ୍ଷା ଏକ୍ସପ୍ରେସ୍ ଦୁର୍ଘଟଣା; ଫସିଥିବା ଯାତ୍ରୀଙ୍କୁ ନେଇ ବାହାରିଲା ସ୍ପେଶାଲ୍ ଟ୍ରେନ୍
- ମଣିପୁର,ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶରେ ଆହୁରି ୬ ମାସ ଲାଗୁ ରହିବ AFSPA
- ମାରୁଛି ଅସହ୍ୟ ତାତି: ଟାଣ ଖରାରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ଉପାୟ…
- ନିତୀଶ କହିଦେଲେ ବଡ କଥା: ‘ଇଆଡେ ସିଆଡେ ଆଉ ନୁହେଁ, ଏଥର ତୁମ ସହ…’
- ଯୁବ ପିଢିଙ୍କୁ ଘାରିଛି ‘ଘିବଲି’: ସାମ୍ କହିଲେ, ‘ଟିକେ ବିରତି ଦିଅ’
- ଓପିଏସସି ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ପୁଣି ତ୍ରୁଟି
- ମୋ ସ୍ତ୍ରୀର ୪ ବୟଫ୍ରେଣ୍ଡ; ମୋତେ ମାରିବାକୁ ଧମକ ଦେଇଛନ୍ତି…
- ସାଉଦି ଆରବରେ ଦୃଶ୍ୟମାନ୍ ହେଲା ଇଦ୍ ଚାନ୍ଦ, ଭାରତରେ କାଲି ଇଦ୍
- ସାନିଆ ମିର୍ଜାଙ୍କ ଭଉଣୀଙ୍କ ଦାୱତ-ଏ-ରମଜାନ ପ୍ରଦର୍ଶନୀରେ ଗୁଳିମାଡ଼
- ୧୩ ହଜାରରୁ ଅଧିକ ଆର୍ଦ୍ରଭୂମିର ଆରମ୍ଭ ହୋଇଛି ସୀମା ନିର୍ଦ୍ଧାରଣ
Comments are closed.