Latest Odisha News

BREAKING NEWS

ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ, ଜେରା କରୁଛି କ୍ରାଇମବ୍ରାଞ୍ଚ ସାଇବର ସେଲ

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ତାଙ୍କ ଭୁବନେଶ୍ବର ବାସଭବନରୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ । ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ବିଟ୍ କରି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ପ୍ରଦୀପଙ୍କୁ ପଚରାଉଚରା କରାଯାଉଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ସାଇବର ଥାନା କେସ ନମ୍ବର ୨୬/୨୦୨୦ରେ ପଚରାଉଚରା କରାଯାଉଛି ।

ଆକାଶ ପାଠକଙ୍କ ସହ ବେଆଇନ ଅର୍ଥ କାରବାର ନେଇ ପଚରାଉଚରା କରାଯାଉଥିବା ଜଣାପଡ଼ିଛି । ପ୍ରଦୀପଙ୍କ ଆକାଉଣ୍ଟକୁ ଗତ କିଛି ମାସ ମଧ୍ୟରେ ପାଖାପାଖି ଅଢେଇ କୋଟି ଟଙ୍କା ଟ୍ରାଞ୍ଜାକ୍ସନ ହୋଇଥିବା ସାମ୍ନାକୁ ଆସିଛି । ହେଲେ ଆର୍ଥିକ କାରବାର ନିୟମ ଭିତରେ ହୋଇଛି ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି । ଆୟକର ରିଟର୍ଣ୍ଣ ଏବଂ ବ୍ୟାଙ୍କ ଟ୍ରାଞ୍ଜାକ୍ସନରେ ଅନିୟମିତତା ସନ୍ଦେହ କରୁଛି କ୍ରାଇମବ୍ରାଞ୍ଚ ।

ପାଠକ ପରିବାର ଲିଙ୍କରେ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି ପ୍ରଦୀପ ପାଣିଗ୍ରାହୀ । ଜନବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି । ଆକାଶ ପାଠକଙ୍କ ନାଁରେ ଟାଟା ମୋଟର୍ସ ପକ୍ଷରୁ କ୍ରାଇମବ୍ରାଞ୍ଚରେ ଏତଲା ଦିଆଯାଇଥିଲା । ଆକାଶ ନିଜକୁ ଟାଟା ମୋଟର୍ସ ପୁଣେ ପାସେଞ୍ଜର ଡିଭିଜନର ଏମଡି ପରିଚୟ ଦେଇ କାରବାର କରୁଥିଲେ । ଗଞ୍ଜାମର ପ୍ରାୟ ୬୮ ଜଣଙ୍କୁ ଜାଲ ନିଯୁକ୍ତିପତ୍ର ଦେଇଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.