Latest Odisha News

BREAKING NEWS

ସରକାରଙ୍କ ତରଫରୁ ଦିଆଯାଇଥିବା ଖାଦ୍ୟ ଖାଇଲେନି ଚାଷୀ ନେତା, ସିଂଘୁ ବୋର୍ଡରରୁ ଆସିଲା ଲଞ୍ଚ

ନୂଆଦିଲ୍ଲୀ: କୃଷକ ଓ ସରକାରଙ୍କ ମଧ୍ୟରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ଆଲୋଚନା । ଦୀର୍ଘ ସମୟ ହେବ ମାରାଥନ ବୈଠକ କରାଯାଉଛି । ବୈଠକ ବେଳେ ଲଞ୍ଚ ବ୍ରେକ୍ ହୋଇଥିଲା । ଏହି ସମୟରେ ସରକାରଙ୍କ ପକ୍ଷରୁ କୃଷକ ନେତାଙ୍କୁ ଭୋଜନ ଖାଇବାକୁ ଦିଆଯାଇଥିଲା । ହେଲେ ଚାଷୀନେତା ସରକାରଙ୍କ ଭୋଜନକୁ ପ୍ରତ୍ୟାଖ୍ୟାନ କରିଥିଲେ । ସିଂଘୁ ବୋର୍ଡରରୁ ଲଞ୍ଚ ମଗାଇଥିଲେ । କୃଷୃକ ନେତାଙ୍କ ପାଇଁ ସଂଘୁ ବୋର୍ଡରରୁ ଲଞ୍ଚ ପ୍ୟାକ ହୋଇ ଆସିଥିଲା । ଏହି ଖାଦ୍ୟକୁ ଖାଇଥିଲେ କୃଷକ ନେତା ।

କେନ୍ଦ୍ର ସରକାରଙ୍କ କୃଷି ନୀତିକୁ ବିରୋଧ କରି ୮ ଦିନ ହେବ କୃଷକମାନେ ଆନ୍ଦୋଳନ କରୁଛନ୍ତି । ଦିଲ୍ଲୀ ବୋର୍ଡରରେ ଜାରି ରହିଛି ପ୍ରଦର୍ଶନ । ଏହି ଆଇନକୁ ପ୍ରତ୍ୟାହାର କରିବାକୁ କୃଷକମାନେ ଦାବି କରୁଛନ୍ତି । ହେଲେ ସରକାର କୃଷକଙ୍କୁ ବୁଝାଇବାକୁ ଉଦ୍ୟମ କରୁଛି । ଏହି କୃଷି ଆଇନ କୃଷକଙ୍କ ସପକ୍ଷରେ ରହିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

କୃଷି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ । ପୂର୍ବରୁ ମଧ୍ୟ ଏନେଇ ବୈଠକ ବସିଛି । ହେଲେ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ନିଜ ଜିଦରେ ଅଟଳ ରହିଛନ୍ତି କୃଷକ । ଏପରିକି ଗୃହମନ୍ତ୍ରୀଙ୍କ ଅପିଲକୁ ମଧ୍ୟ କୃଷକମାନେ ପ୍ରତ୍ୟାଖ୍ୟାନ କରିଥିଲେ ।

Leave A Reply

Your email address will not be published.