Latest Odisha News

BREAKING NEWS

ଚାଇନାର କୋଇଲା ଖଣିରେ କାର୍ବନ ମନୋକ୍ସାଇଡ୍ ସ୍ତର ବୃଦ୍ଧି ହେତୁ ୧୮ ଜଣଙ୍କର ମୃତ୍ୟୁ

ବେଜିଂ: ଚାଇନାର ଏକ କୋଇଲା ଖଣିରେ କାର୍ବନ ମନୋକ୍ସାଇଡ୍‌ର ମାତ୍ରା ବୃଦ୍ଧି ହେତୁ ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଅଧିକାରୀ ଶନିବାର ଏହି ସୂଚନା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ଚୋଙ୍ଗକିଙ୍ଗ ମ୍ୟୁନିସିପାଲ କର୍ପୋରେସନର ଯୋଗଚୁଆନ ଜିଲ୍ଲାର ଡିଆଓସୁଇଦୋଙ୍ଗ କୋଇଲା ଖଣିରେ ଶୁକ୍ରବାର ସନ୍ଧ୍ୟା ୫ ଟାରେ ଏହି ଘଟଣା ଘଟିଛି।

ସୂଚନା ଅନୁଯାୟୀ, କାର୍ବନ ମନୋକ୍ସାଇଡ୍‌ର ମାତ୍ରା ବୃଦ୍ଧି ହେତୁ ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ବର୍ତ୍ତମାନ ପୋଲିସ ଏବଂ ଅଗ୍ନିଶମ ବିଭାଗର ଅଧିକାରୀଙ୍କ ସମେତ ଉଦ୍ଧାର କର୍ମଚାରୀମାନେ ଖଣି ଅଂଶରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି ଯେଉଁଠାରେ ଶ୍ରମିକମାନେ ଫସି ରହିଛନ୍ତି। ଦୁର୍ଘଟଣାର କାରଣ ସମ୍ବନ୍ଧରେ ଅନୁସନ୍ଧାନ ଜାରି ରହିଛି।

Comments are closed.