Latest Odisha News

BREAKING NEWS

ନିଜ ଦେଶ ଛାଡି ଆମେରିକା ପାଇଁ କ୍ରିକେଟ୍ ଖେଳିବେ ଏହି ଖେଳାଳି !

ଭୁବନେଶ୍ୱର: ଦିନିକିଆ କ୍ରିକେଟରେ ତାଙ୍କ ନାଁରେ ରହିଛି ଦ୍ୱିତୀୟ ଦୃତ୍ତତମ ଶତକ । ଆଇପିଏଲରେ ବି ସେ ନିଜ ଦବଦବା ଦେଖାଇ ସାରିଛନ୍ତି । ତଥାପି ନିଜ ଦେଶ ଛାଡି ଅନ୍ୟ ଦେଶ ତଥା ଆମେରିକା ପାଇଁ କ୍ରିକେଟ୍ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ଜଣେ ମହାନ୍ କ୍ରିକେଟର୍ ।

ନ୍ୟୁଜିଲ୍ୟାଣ୍ଡର କୋରି ଆଣ୍ଡରସନ୍ । ନ୍ୟୁଜଲ୍ୟାଣ୍ଡ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ଛାଡି ଏହି ଖେଳାଳି ଏବେ ଆମେରିକା ମୁହାଁ ହୋଇଛନ୍ତି । ଏହି ୨୯ ବର୍ଷୀୟ କ୍ରିକେଟର୍ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ମେଜର୍ ଲିଗ୍ ଟି୨୦ରେ ଭାଗ ନେବେ । ଏହି ପ୍ରତିଯୋଗୀତାରୁ ହିଁ ସେ ଆମେରିକା ତରଫରୁ ପଦାର୍ପଣ କରିବେ ।

ଅନ୍ୟପଟେ ଏମିତି ବି ଶୁଣିବାକୁ ମିଳିଛି ଯେ, ଆଣ୍ଡରସନଙ୍କ ପ୍ରେମିକା ଜଣେ ଆମେରିକୀୟ ହୋଇଥିବାରୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି । ଏହି ଖବରେ କେତେ ସତ୍ୟତା ରହିଛି, ସେ ନେଇ କୌଣସି ପ୍ରକାର ପ୍ରମାଣ ମିଳିନାହିଁ । ତେବେ କେବଳ ଆଣ୍ଡରସନ୍ ନୁହେଁ, ବରଂ ଅନ୍ୟ ଦେଶର କିଛି ଖେଳାଳି ବି ଆମେରିକା ତରଫରୁ ଖେଳିବା ପାଇଁ ଗ୍ରୀନ୍ ସିଗନାଲ୍ ଦେଇଛନ୍ତି ।

ଦୁବାଇ ସହ ସଂପର୍କୀତ ଆମେରିକାନ୍ କ୍ରିକେଟ୍ ଏଣ୍ଟରପ୍ରାଇଜ୍ ଆମେରିକାରେ ଆୟୋଜିତ କରିବାକୁ ଯାଉଛି ଆମେରିକାନ୍ ପ୍ରିମିୟର ଲିଗ୍ । ଏହି ପ୍ରତିଯୋଗୀତାରେ ପାକିସ୍ତାନର ସାମି ଅସଲମ, ଇଂଲଣ୍ଡର ଲିଆମ୍ ପ୍ଲଙ୍କେଟ, ଦକ୍ଷିଣ ଆଫ୍ରିକାର ରଷ୍ଟି ଥେରୋନ ଓ ଡେନ୍ ପିଟ୍ ବି ଆମେରିକା ତରଫରୁ ଖେଳିବା ନେଇ ଖବର ମିଳିଛି ।

Leave A Reply

Your email address will not be published.