Latest Odisha News

BREAKING NEWS

କାନାଡା ନେତୃତ୍ୱାଧୀନ କୋଭିଡ୍‌ ବୈଠକରେ ସାମିଲ୍‌ ହେବେନି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ନେଇ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ମନ୍ତବ୍ୟକୁ ନେଇ ଭାରତ ଅସନ୍ତୋଷ ବ୍ୟକ୍ତ କରିଛି। ବର୍ତ୍ତମାନ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କରୋନା ମୁକାବିଲା ପାଇଁ କାନାଡା ସହ ଏକ ବୈଠକରେ ଯୋଗ ନଦେବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ, ଭାରତୀୟ ବୈଦେଶିକ ମନ୍ତ୍ରୀ ୭ ଡିସେମ୍ବରରେ ହେବାକୁ ଥିବା ଏହି ସଭାରେ ଯୋଗ ଦେଇ ପାରିବେ ନାହିଁ।

ଏଥି ସହିତ ଜଷ୍ଟିନ ଟ୍ରୁଡୋଙ୍କ ମନ୍ତବ୍ୟ ପରେ କାନାଡାଠାରେ ଭାରତ ବିରୋଧୀ ରାଲି ଆରମ୍ଭ ହୋଇଛି। କୃଷକ ଆନ୍ଦୋଳନ ଉପରେ କାନାଡା ପିଏମ୍‌ଙ୍କ ମନ୍ତବ୍ୟ ସହିତ ସେଠାରେ ଭାରତ ବିରୋଧୀ ରାଲି ବୃଦ୍ଧି ପାଇବ ବୋଲି ଭାରତ ଚେତାବନୀ ଦେଇଥିଲା। କାନାଡାରେ ଭାରତରେ କୃଷି ନିୟମ ବିରୁଦ୍ଧରେ ପ୍ରଦର୍ଶନ, ସମାବେଶ ଏବଂ ପଦଯାତ୍ରା ଆୟୋଜନ ବିଷୟ ସାମ୍‌ନାକୁ ଆସିଛି।

ନୂଆଦିଲ୍ଲୀରେ କାନାଡାର ହାଇ କମିଶନର ନାଦିର ପଟେଲଙ୍କୁ ଶୁକ୍ରବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଡକାଇ ଏକ ଦୃଢ ବାର୍ତ୍ତା ଦେଇଛି। ଭାରତ କହିଛି ଯେ କାନାଡା ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ପ୍ରଭାବିତ କରିପାରେ। ସ୍ୱରାଷ୍ଟ୍ର ବିଭାଗ ଏକ ବିବୃତ୍ତିରେ କହିଛି ଯେ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ଏପରି ମନ୍ତବ୍ୟ କାନାଡାର ଭାରତୀୟ ମିଶନ ବାହାରେ ଉଗ୍ରବାଦୀ କାର୍ଯ୍ୟକଳାପକୁ ଉତ୍ସାହିତ କରିଛି।

Comments are closed.