Latest Odisha News

[ଭିଡିଓ] ସ୍କୁଲ ଛାତ୍ରୀକୁ ମୃତ୍ୟୁମୁଖରୁ ଟାଣି ଆଣିଲେ ରେଳବାଇ ପୋଲିସ !

ମୁମ୍ବାଇ: ଜଣେ ୧୨ ବର୍ଷୀୟ ସ୍କୁଲ ଛାତ୍ରୀଙ୍କ ଜୀବନ ବଂଚାଇ ପୁଣିଥରେ ଚର୍ଚ୍ଚାକୁ ଆସିଛି ରେଳବାଇ ପୋଲିସ । ଏକ ଚଳନ୍ତା ଟ୍ରେନରୁ ସ୍କୁଲ ଛାତ୍ରୀ ଜଣକ ଓହ୍ଲାଉଥିଲାବେଳେ ଏଭଳି ଅଘଟଣ ଘଟିଥିଲା । ସିସିଟିଭିରେ କଏଦ ହୋଇଥିବା ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲାବେଳେ ସ୍କୁଲ ଛାତ୍ରୀ ଜଣକ ସୁସ୍ଥ ଥିବା ଜଣାପଡିଛି ।

ଚଳନ୍ତା ଟ୍ରେନରୁ ନାବାଳିକା ଜଣକ ଓହ୍ଲାଉଥିଲାବେଳେ ଚେତା ହରାଇ ପଡିଯାଇଥିଲେ । ସେହି ସମୟରେ ଉପସ୍ଥିତ ଥିବା ରେଳବାଇ ପୋଲିସର କନେଷ୍ଟବଳ ଜୟନ୍ତ ୱାକ୍‌ଡେ ତାଙ୍କୁ ରେଳ ଧାରଣା ଓ ଟ୍ରେନ ମଝିରୁ ଟାଣି ଆଣିଥିଲେ । ଚେତାଶୂନ୍ୟ ହୋଇପଡିଥିବା ନାବାଳିକା ଜଣକ ମଦନପୁରାର ହୋଇଥିବାବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ମିଳିଥିବା ରିପୋର୍ଟ ଅନୁଯାୟୀ ନାବାଳିକା ଜଣକ ନିଜ ମାଆଙ୍କ ସହ ବାଇକୁଲାରେ ଓହ୍ଲାଇବାକୁ ଟ୍ରେନ୍ କାବଟ୍ ପାଖରେ ଛିଡା ହୋଇଥିଲେ । ହେଲେ ଟ୍ରେନ୍‌ର ଗତି ଜାଣିନପାରି ନାବାଳିକା ଜଣକ ଓହ୍ଲାଇବାକୁ ଚେଷ୍ଟା କରି ଦୁର୍ଘଟଣାର ଶିକାର ହୋଇଥିଲେ ।

ତେବେ ଆହତ ଅବସ୍ଥାରେ ଆମ୍ବୁଲାନ୍ସକୁ ଅପେକ୍ଷା ନକରି କନେଷ୍ଟବଳ ଜୟନ୍ତ ଝିଅଟିକୁ କାନ୍ଧରେ ପକାଇ ରେଳ ଷ୍ଟସନରୁ ବାହାରି ଏକ ଟ୍ୟାକ୍ସିରେ ହସ୍ପିଟାଲରେ ପହଂଚିଥିଲେ । ନାବାଳିକାଙ୍କର କହୁଣୀ ଓ ମୁଣ୍ଡରେ ଆଘାତ ଲାଗିଥିଲାବେଳେ ଦୁର୍ଘଟଣା ଦିନ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଥିଲା ।

Leave A Reply

Your email address will not be published.