Latest Odisha News

BREAKING NEWS

ରାସ୍ତା ଉପରେ ଜଳିଗଲା ମାଲ ବୋଝେଇ ଟ୍ରକ

ବଲାଙ୍ଗିର: ବିଚ୍ ରାସ୍ତାରେ ମାଲ ବୋଝେଇ ଟ୍ରକରେ ଲାଗିଲା ନିଆଁ । ଚାହୁଁ ଚାହୁଁ ପୁରା ଟ୍ରକଟି ଜଳିଗଲା । ବଲାଙ୍ଗିର ଜିଲ୍ଲା ଦେଇ ଯାଇଥିବା ୨୬ନମ୍ୱର ଜାତୀୟ ରାଜପଥର ଖମାରମୁଣ୍ଡା ନିକଟରେ ଏହି ଅଗ୍ନିକାଣ୍ଡ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ନିଆଁକୁ ଆୟତ୍ତ କରିଥିଲେ ।
ଅଗ୍ନିଶମବାହିନୀ ନିଆଁକୁ ଆୟତ୍ତ କରିବା ବେଳକୁ ଟ୍ରକରେ ଥିବା ଜିନିଷପତ୍ର ଜଳି ପୋଡ଼ି ପାଉଁଶ ହୋଇ ଯାଇଥିଲା । ଟ୍ରକରେ ଗ୍ରୋସରୀ ସାମଗ୍ରୀ ଥିବା ଜଣାପଡିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.