Latest Odisha News

ମହାକବି ତଥା ଲେଖକ ସୁବ୍ରମଣ୍ୟମ ଭାରତୀଙ୍କ ଆଜି ୧୩୮ ତମ ଜୟନ୍ତୀ; ଅନ୍ତର୍ଜାତୀୟ ଭାରତୀ ମହୋତ୍ସବକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରସିଦ୍ଧ ତାମିଲ୍‌ କବି ତଥା ଲେଖକ ସୁବ୍ରମଣ୍ୟମ ଭାରତୀଙ୍କ ୧୩୮ ତମ ଜନ୍ମ ବାର୍ଷିକୀ। ସ୍ୱାଧୀନତା ଆନ୍ଦୋଳନରେ ମହାକବି ସୁବ୍ରମଣ୍ୟମ ଅଙ୍ଗାଙ୍ଗୀ ଭାବେ ଜଡିତ ଥିଲେ। ତାଙ୍କ ରଚନାରୁ ଅନୁପ୍ରାଣିତ ହୋଇ ଦକ୍ଷିଣ ଭାରତର ବହୁ ସଂଖ୍ୟକ ଲୋକ ଏହି ଆନ୍ଦୋଳନରେ ସାମିଲ୍‌ ହୋଇଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅନ୍ତର୍ଜାତୀୟ ଭାରତୀ ମହୋତ୍ସବକୁ ସମ୍ବୋଧିତ କରିବେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାନାଭିଲ ସାଂସ୍କୃତିକ କେନ୍ଦ୍ରରେ ଏହି ଉତ୍ସବର ଆୟୋଜନ କରାଯାଉଛି। ସୂଚନା ଅନୁଯାୟୀ ପ୍ରତିବର୍ଷ ଆୟୋଜନ ହେଉଥିବା ଏହି ସମାବେଶକୁ ଚଳିତ ବର୍ଷ ପିଏମ୍‌ ମୋଦୀ ଅପରାହ୍ନ ୪.୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିବେ। ଏହି ମହୋତ୍ସବରେ ଅନେକ ଦେଶର ଅନ୍ତର୍ଜାତୀୟ କବି ଏବଂ କଳାକାରମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

 

Comments are closed.