Latest Odisha News

ଟାଟା ଷ୍ଟିଲ୍ ଫାଉଣ୍ଡେସନର ଛେଳି ଚାଷ ଅଭିଯାନ; ୯୫୦ ପରିବାର ପାଇଁ ନିରନ୍ତର ଜୀବିକା ହାସଲରେ ହେଉଛି ସହାୟ

ଭୁବନେଶ୍ୱର: ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ୨୦୧୮ ପରଠାରୁ ଯୋଡ଼ାର ପଶୁପାଳନ ବିଭାଗ ସହଯୋଗିତାରେ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଗ୍ରାମାଂଚଳରେ ରହୁଥିବା ଲୋକମାନଙ୍କ ମଧ୍ୟରେ ବାଣିଜ୍ୟିକ ଛେଳି ଚାଷର ପ୍ରସାର କରାଯାଉଛି । ଏହି ଅଭିଯାନ ତ୍ୱରିତ ଆୟ ଉତ୍ସ ପ୍ରଦାନ କରି ୯୫୦ରୁ ଅଧିକ ପରିବାର ପାଇଁ ଲାଭଦାୟକ ହୋଇଛି ।

ଦେଓଝର ଓ ଅନସେଇକେଲା ଗ୍ରାମ ପଂଚାୟତରେ ବାସ କରୁଥିବା ସ୍ଥାନୀୟ ବାସିନ୍ଦାଙ୍କ ନିରନ୍ତର ଜୀବନଜୀବିକା ଚିହ୍ନଟ କରିବା ଲାଗି ୨୦୧୮ରେ ଏକ ସର୍ଭେ କରାଯାଇଥିଲା । ଏହି ଅଂଚଳରେ ଛେଳିମାନଙ୍କ ଖାଦ୍ୟ ଲାଗି ବିପୁଳ ପ୍ରାକୃତିକ ସମ୍ପଦ ଥିବାରୁ ଛେଳି ଚାଷ ସମ୍ଭାବ୍ୟ ଲାଭଦାୟକ ହୋଇପାରିବ ବୋଲି ଟାଟା ଷ୍ଟିଲ୍ ଫାଉଣ୍ଡେସନ ଜାଣିପାରିଥିଲା । ସେହି ସମାନ ବର୍ଷ ୧୦୦ରୁ ଅଧିକ ଚାଷୀଙ୍କୁ ଏକଜୁଟ କରାଯାଥିଲା ଏବଂ ସେମାନଙ୍କୁ ଛେଳି ଚାଷ ଉପରେ ତାଲିମ ଦିଆଯାଇଥିଲା । ଖୁବଶୀଘ୍ର ଜୀବିକା ପାଇଁ ଛେଳି ଚାଷ ସବୁଠୁ ଉପଯୋଗୀ ବିକଳ୍ପ ଭାବେ ଉଭା ହୋଇଥିଲା । ବିାଶଷ କରି ଯେଉଁ ଚାଷୀମାନଙ୍କ ପାଖରେ କମ୍ ଜମି ଏବଂ ଟଙ୍କା ଥିଲା ସେମାନଙ୍କ ପାଇଁ ଏହା ବିଶେଷ ଲାଭଦାୟକ ହୋଇଥିଲା । ୨୦୧୯ ଶେଷ ସୁଦ୍ଧା ୫୮୪ରୁ ଅଧିକ ପରିବାର ଆନୁଷ୍ଠାନିକ ଭାବେ ଛେଳି ଚାଷରେ ସାମିଲ ହୋଇଥିଲେ ।

ଠାକୁରାଣୀ, ମହଦେବନାଶ, କୁଲଦମ, ସିଆଳଯୋଡ଼ା, ଜାମୁକୁଣ୍ଡିଆ, କୋହ୍ଲହୁଣ୍ଡୁଳା, ପଂଚାନନପୁର ଏବଂ ଗୋବର୍ଦ୍ଧନପୁରର ଚାଷୀମାନେ ଛେଳି ଚାଷ ଜରିଆରେ ନିଜର ଆୟ ଦ୍ରୁତ ଗତିରେ ବଢ଼ାଇପାରିଛନ୍ତି । ଠାକୁରାଣୀ ଗ୍ରାମର ହରିହର ବାରିକ ଯିଏ ଏହି ଅଭିଯାନ ଜରିଆରେ ବର୍ଷକରେ ୯୧,୦୦୦ ଟଙ୍କାରୁ ଅଧିକ ରୋଜଗାର କରିପାରିଛନ୍ତି ସେ କହିଛନ୍ତି ଯେ ଛେଳି ଚାଷ ମୋ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି । ମୋତେ ଓ ମୋ ଗ୍ରାମର ଅନ୍ୟମାନଙ୍କୁ ଛେଳି ଚାଷରେ ସାହାଯ୍ୟ କରିଥିବାରୁ ମୁଁ ଟାଟା ଷ୍ଟିଲ୍ ପ୍ରତି କୃତଜ୍ଞ ।’

ଏକ ଲାଭଦାୟକ ବିକଳ୍ପ ହୋଇଥିଲେ ମଧ୍ୟ ରୋଗ ଦ୍ୱାରା ସଂକ୍ରମିତ ଛେଳିମାନଙ୍କ ମଧ୍ୟରେ ମରଣଶୀଳତା ଅଧିକ ଥିବା ଭଳି ଆହ୍ୱାନ ଛେଳି ଚାଷରେ ରହିଛି । ଏହାର ମୁକାବିଲା କରିବା ଲାଗି ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଏହି ଗ୍ରାମଗୁଡ଼ିକରେ ବିଭିନ୍ନ ପ୍ରକାର ଟିକାକରଣ ଅଭିଯାନ ଜାରି ରଖାଯାଇଛି । ଛେଳିମାନଙ୍କ ଉତମ ସ୍ୱାସ୍ଥ୍ୟ ନିଶ୍ଚିତ କରିବା ଲାଗି ପିପିଆର (ପେଷ୍ଟେ ଡେସ ପେଟିସ୍ ରୁମିନାଂଟସ୍‌), ଏଫ୍‌ଏମ୍‌ଡି (ମୁହଁ ଏବଂ ପାଦ ରୋଗ) ଓ ଗୋଟ ପକ୍ସ ଆଦି ଟିକା ଚାଷୀମାନଙ୍କୁ ବିନା ମୂଲ୍ୟରେ ଯୋଗାଇ ଦିଆଯାଉଛି । ବର୍ତମାନ ସୁଦ୍ଧା ୬୦୫୫ ଛେଳିକୁ ଟିକା ଦିଆଯାଇପାରିଛି ।

Leave A Reply

Your email address will not be published.