Latest Odisha News

ହାତଗଣ୍ଠିରୁ ହାତକଡି…

କଟକ: ବାହାବେଦୀରେ ପଡିସାରିଥିଲା ହାତଗଣ୍ଠି । ସରିଥିଲା ହୋମ । ସେତେବେଳେକୁ ପୋଲିସ ସହ ପହଞ୍ଚି ସାରିଥିଲେ ପ୍ରଥମ ପତ୍ନୀ । ଫଳରେ ବର ଜଣକ ନବବଧୂକୁ ନେଇ ଘରକୁ ଫେରିପାରିଲେନି । ଗଲେ ହାଜତକୁ । ଏଭଳି ଘଟଣା ଘଟିଛି କଟକ ମଧୁପାଟଣା ଥାନା ଅନ୍ତର୍ଗତ ସାର୍ତ୍ତୋଳ ଚଣ୍ଡୀ ମନ୍ଦିରରେ ।

ସୂଚନା ଅନୁଯାୟୀ, କଟକ ମାହାଙ୍ଗା ଥାନା ଚକରପୁର ବାସିନ୍ଦା ପ୍ରକାଶ ସାମଲ ଆଜି ଦ୍ବିତୀୟ ବିବାହ କରୁଥିଲେ । ଏହା ପୂର୍ବରୁ ୨୦୦୭ ମସିହାରେ ସେ ଅନ୍ୟ ଜଣେ ମହିଳାଙ୍କୁ ପ୍ରେମ ବିବାହ କରିଥିଲେ । ବାହାଘରର ୧୨ ବର୍ଷ ପରେ ସେମାନଙ୍କର ଏକ ପୁଅ ଜନ୍ମ ହୋଇଥିଲା । କିନ୍ତୁ ଅଧିକାଂଶ ସମୟରେ ଦୁହିଁଙ୍କ ମଧୟରେ ଝଗଡା ହେଉଥିଲା । ଏହାପରେ ପତ୍ନୀଙ୍କୁ ନେଇ ପ୍ରକାଶ ଉଷୁମା ଠାରେ ଘରଭଡା ନେଇ ରଖିଥିଲେ। ସେଠାରେ ମଧ୍ୟ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ କିଛି ଟଙ୍କା ଧାର୍ ସୂତ୍ରରେ ନେଇ ଏକ ହୋଟେଲ୍ କରିଥିବା ଅଭିଯୋଗ ହୋଇଛି । ଏପରିକି ଅନ୍ୟ ମହିଳାମାନଙ୍କ ସହ ସେ ସମ୍ପର୍କ ରଖୁଥିବା ପ୍ରଥମ ପତ୍ନୀ କହିଛନ୍ତି ।

ଆଜି ପ୍ରକାଶ ଲୁଚାଛପାରେ ଏହି ବିବାହ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପ୍ରଥମ ପତ୍ନୀ କିଛି ସ୍ବେଚ୍ଛାସେବୀଙ୍କ ସହ ପହଞ୍ଚିଥିଲେ ପତ୍ନୀ । ତାଙ୍କୁ ଦେଖି ସେଠାରେ ଉପସ୍ଥିତ ଥିବା କିଛି ସମ୍ପର୍କୀୟ ଘଟଣା ସ୍ଥଳରୁ ଛୁ ମାରିଥିଲେ । ପୋଲିସ ପ୍ରକାଶକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ।

 

Leave A Reply

Your email address will not be published.