ବ୍ରହ୍ମପୁର: ହିଞ୍ଜିଳି ପୋଲିସ ଟିଭିଏସ, ହୋଣ୍ଡା, ହିରୋ ହୋଣ୍ଡା, ୟାମାହା, କିନେଟିକ୍ ଏବଂ ପଲସର ସମେତ ୧୯ଟି ବାଇକ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତି ନେଇ ବୁରୁପଡା ଗାଁର ମିତୁ ଦଳେଇଙ୍କ ସହ ୯ ଜଣଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ ଡିସେମ୍ବର ୧୧ରେ ଖଣ୍ଡରା ଛକ ନିକଟରେ ଗାଡ଼ି ଯାଞ୍ଚ ସମୟରେ ମିତୁଙ୍କୁ ଧରିବା ପରେ ପୋଲିସ ଏହି ବାଇକଗୁଡ଼ିକୁ ଜବତ କରିଥିଲା। ଚେକିଂ ପୋଷ୍ଟରେ ତାଙ୍କୁ ଅଟକିବାକୁ କୁହାଯାଇଥିଲା ବେଳେ ପୋଲିସ କୁ ଦେଖି ସେ ଧଳା ଆପାଚି ବାଇକକୁ ଦ୍ରୁତ ଗତିରେ ଚଳାଇ ଫେରାର ହେବାକୁ ଚେଷ୍ଟା କରିଥିଲା।
ହେଲେ ପୋଲିସ ତାକୁ କାବୁ କରିବା ପରେ ଏହା ଏକ ଚୋରି ବାଇକ୍ ବୋଲି ସ୍ୱୀକାର କରିଥିଲା। ଯାହା ପରେ ହିଞ୍ଜିଳି ଏବଂ ବ୍ରହ୍ମପୁର ବଜାର ଅଞ୍ଚଳର ବିଭିନ୍ନ ସ୍ଥାନରୁ ଆଉ ୧୮ ଟି ବାଇକ୍ ଜବତ କରାଯାଇଥିଲା।
ତେବେ ଚୋରା ବାଇକ କିଣିଥିବା ସମସ୍ତଙ୍କୁ ଆମେ ଗିରଫ କରିଛୁ ବୋଲି ତଦନ୍ତକାରୀ ଅଧିକାରୀ ଏମ କେ ସାମନ୍ତରାୟ କହିଛନ୍ତି।
ଗିରଫ ବ୍ୟକ୍ତିମାନେ ମଧ୍ୟରେ ରହିଛନ୍ତି- କୃଷ୍ଣ ମହାନ୍ତି, ଉତ୍ତମ ମହାନ୍ତି, ବିପିନ ନାୟକ, ବନବାସ ସ୍ବାଇଁ, ଅରୁଣ ମହାନ୍ତି, ପିଣ୍ଟୁ ସାହୁ, ପବିତ୍ର ଲେଙ୍କା, କାନ୍ହୁ ସୁଆନସିଆ ଏବଂ ଶ୍ରୀକାନ୍ତ ବରଡା। ଏହି ସମସ୍ତେ ଶେରଗଡ ଏବଂ ହିଞ୍ଜିଳି ଅଞ୍ଚଳର ବୋଲି ସୂଚନା ମିଳିଛି।
Comments are closed.