Latest Odisha News

BREAKING NEWS

ଖେଳୁଆଡ ମନୋଭାବ ପାଇଁ ମନ ଜିଣିଲେ ସିରାଜ

ସିଡନୀ: ଅଷ୍ଟ୍ରେଲିଆ ଏ’ ବିପକ୍ଷ ଅଭ୍ୟାସ ମ୍ୟାଚରେ ଭାରତର ମହମ୍ମଦ ସିରାଜ ଖେଳୁଆଡ ମନୋଭାବ ନେଇ ସମସ୍ତଙ୍କ ମନ ଜିଣିଛନ୍ତି । ଏହି ମ୍ୟାଚରେ କାମେରେନ ଗ୍ରୀନଙ୍କ ଏକ ବଲକୁ ଯଶପ୍ରୀତ ବୁମରାଙ୍କୁ ଚମତ୍କାର ଢ଼ଙ୍ଗରେ ଖେଳିଥିଲେ । ମାତ୍ର ବଲ ଦ୍ରୁତ ବେଗରେ ଯାଇ ଗ୍ରୀନଙ୍କ ମୁଣ୍ଡରେ ବାଜିଥିଲା । ନନଷ୍ଟ୍ରାଇକର ଏଣ୍ଡରେ ଥିବା ସିରାଜ ରନ ନେବା ପ୍ରତି ଆଗ୍ରହ ପ୍ରକାଶ ନ କରି ଗ୍ରୀନଙ୍କ ନିକଟକୁ ଦୌଡି ଯାଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ । ଡାକ୍ତର ଆସିବା ପର୍ଯ୍ୟନ୍ତ ସେ ତାଙ୍କ ନିକଟରେ ଥିଲେ ।

ତାଙ୍କର ଏହି ଖେଳୁଆଡ ମନୋଭାବକୁ ଅଷ୍ଟ୍ରେଲିଆ ଗଣମାଧ୍ୟମରେ ଭୂୟସୀ ପ୍ରଶଂସା କରାଯାଇଛି । ଗ୍ରୀନ ଅଷ୍ଟ୍ରେଲିଆର ଦ୍ୱିତୀୟ ସଦସ୍ୟ ଭାବେ ଆଘାତ ସମସ୍ୟାରେ ପଡିଛନ୍ତି । ପୂର୍ବରୁ ୱିକ ପୁକସ୍କି ମଧ୍ୟ ଆଘାତ ସମସ୍ୟାରେ ପଡିଥିଲେ ।

Leave A Reply

Your email address will not be published.