Latest Odisha News

BREAKING NEWS

୪ ଦିନିଆ ଭାରତ ଗସ୍ତରେ ବ୍ରିଟେନ୍‌ ବୈଦେଶିକ ମନ୍ତ୍ରୀ ଡୋମିନିକ୍ ରାବ୍‌

ନୂଆଦିଲ୍ଲୀ: ବ୍ରିଟେନର ବୈଦେଶିକ ମନ୍ତ୍ରୀ ଡୋମିନିକ୍ ରାବ୍‌ ସୋମବାର ଦିନ ଚାରି ଦିନିଆ ଗସ୍ତ ପାଇଁ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟ ମଧ୍ୟରେ ସେ ପାରସ୍ପରିକ ସ୍ୱାର୍ଥର ଦ୍ୱିପାକ୍ଷିକ, ଆଞ୍ଚଳିକ ତଥା ଅନ୍ତର୍ଜାତୀୟ ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଲୋଚନା କରିବେ। ସୋମବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ ସେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ୍‌‌ ନିଶଙ୍କ ସହ ସରକାରୀ  ବୈଠକ କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କୋଭିଡ ଏବଂ ବ୍ରେକ୍ସିଟ୍ ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା, ଜଳବାୟୁ, ସ୍ଥାନାନ୍ତରଣ ଏବଂ ଗତିବିଧି ଅନୁଷ୍ଠିତ ହେବ। ଏହାଛଡା ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଭାଗିତାକୁ ଆହୁରି ମଜବୁତ କରିବା ପାଇଁ ବାଟ ଖୋଲିବ ବୋଲି ଆଶା ବ୍ୟକ୍ତ କରାଯାଇଛି।

ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଡୋମିନିକ୍ ରାବ ୧୪ ରୁ ୧୭ ଡିସେମ୍ବର ମଧ୍ୟରେ ଭାରତ ଗସ୍ତରେ ଆସିବେ। ପାରସ୍ପରିକ ସ୍ୱାର୍ଥର ଦ୍ୱିପାକ୍ଷିକ, ଆଞ୍ଚଳିକ ତଥା ଆନ୍ତର୍ଜାତୀୟ ପ୍ରସଙ୍ଗରେ ୧୫ ଡିସେମ୍ବର ୨୦୨୦ ରେ ରାବ ବୈଦେଶିକ ମନ୍ତ୍ରୀ ଡକ୍ଟର ସୁବ୍ରମଣ୍ୟମ ଜୟଶଙ୍କରଙ୍କ ସହ ଆଲୋଚନା କରିବେ। ଏହି ସମୟ ମଧ୍ୟରେ ସେ ବେଙ୍ଗାଲୁରୁ ଯାତ୍ରା କରିବେ। ଏଠାରେ ସେ ୧୭ ଡିସେମ୍ବରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପାଙ୍କୁ ଭେଟିବେ। ବିବୃତ୍ତିରେ କୁହାଯାଇଛି ଯେ ୨୦୦୪ ପରଠାରୁ ଭାରତ ଏବଂ ବ୍ରିଟେନର ରଣନୀତିକ ଭାଗିଦାରୀ ରହିଛି।

Comments are closed.