Latest Odisha News

BREAKING NEWS

ଅନୈତିକ ସମ୍ପର୍କ ଦେଖିଦେଲା ବୋଲି ମାରିଦେଲେ…

ବାଲେଶ୍ୱର: ବାଲିଆପାଳରେ ନାବାଳିକା ମୃତ୍ୟୁ ଘଟଣାର ଚାଂଚଲ୍ୟକର ଖୁଲାସା ହୋଇଛି । ପଡିଶା ଘର ଯୁବକ ଓ ତାଙ୍କ ଭାଉଜଙ୍କ ମଧ୍ୟରେ ଥିବା ଅନୈତିକ ସମ୍ପର୍କ ଦେଖିଦେବାରୁ ୭ ବର୍ଷର ଏହି କୁନି ଝିଅକୁ ହତ୍ୟା କରାଯାଇଥିବା ବସ୍ତା ଏସଡିପିଓ କହିଛନ୍ତି । ଆଜି ସକାଳେ ନାବାଳିକାର ମୃତଦେହ ପୋଖରୀରୁ ଉଦ୍ଧାର କରାାଇଥିଲା । ଗତ ତିନି ଦିନ ହେଲା ପିଲାଟି ନିଖୋଜ ଥିଲା ।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଦିନ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା ସୁନ୍ଦୁରକୋଇଲି ଗାଁର ବଳରାମ ପାତ୍ରଙ୍କ ଏହି ସାତ ବର୍ଷର ଝିଅ । ବହୁ ଖୋଜାଖୋଜି ପରେ ଝିଅକୁ ନପାଇବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ତିନିଦିନ ଖୋଜାଖୋଜି ପରେ ଆଜି ମାମୁଁଘର ପଛପଟ ପୋଖରୀରୁ ନାବାଳିକାର ମୃତଦେହ ମିଳିଥିଲା । ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଥିଲା । ବେକକୁ ଧାରୁଆ ଅସ୍ତ୍ରରେ କଟାଯାଇଥିବା ଦେଖିବାକୁ ମିଳିଥିଲା । ପାରିପାର୍ଶ୍ୱିକ ସ୍ଥିତିରୁ ହତ୍ୟାକାଣ୍ଡ ସନ୍ଦେହ କରି ଖୋଳତାଡ କରିଥିଲା ବାଲିଆପାଳ ଥାନା ପୋଲିସ ।

ମୃତ ନାବାଳିକାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ସେହି ଗାଁର ନଟ ସାହୁ ନାମକ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରିବା ପରେ ସତ ଜଣାପଡ଼ିଥିଲା ।  ଅଟକ ଯୁବକ ନଟ ଓ ତାଙ୍କ ଭାଉଜଙ୍କ ମଧ୍ୟରେ ଥିବା ଅନୈତିକ ସମ୍ପର୍କ ନାବାଳିକା ଦେଖି ଦେଇଥିଲା । କାଳେ କାହାକୁ କହିଦେବ ସେହି ଭୟରେ ନଟ ଏକ ଧାରୁଆ ଅସ୍ତ୍ରରେ ତା ବେକ କାଟିବା ସହ ପୋଖରୀରେ ମୃତଦେହ ଫିଙ୍ଗିଦେଇଥିଲା ।

Leave A Reply

Your email address will not be published.