Latest Odisha News

BREAKING NEWS

ଓଡ଼ିଶାରେ ୩୭୬ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୭୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ

୩୭୬ ପଜିଟିଭଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫୦, ଅନୁଗୁଳ ଜିଲ୍ଲାରୁ ୪୮, ସୁନ୍ଦରଗଡ଼ ଜିଲ୍ଲାରୁ ୪୩, ବାଲେଶ୍ୱର ଜିଲ୍ଲାରୁ ୨୩, କଟକ ଜିଲ୍ଲାରୁ ୨୩, ପୁରୀ ଜିଲ୍ଲାରୁ ୨୨, ବରଗଡ଼, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରୁ ୧୯ ଜଣ ଲେଖାଏଁ, ମୟୂରଭଞ୍ଜ ଜିଲ୍ଲାରୁ ୧୮, ସମ୍ବଲପୁର ଜିଲ୍ଲାରୁ ୧୪, ନୂଆପଡ଼ା ଜିଲ୍ଲାରୁ ୧୧ ଓ ଝାରସୁଗୁଡ଼ା ଜିଲ୍ଲାରୁ ୧୦, ଗଞ୍ଜାମ ଜିଲ୍ଲାରୁ ୯, ଯାଜପୁର ଜିଲ୍ଲାରୁ ୮, ଜଗତସିଂହପୁର ଜିଲ୍ଲାରୁ ୭, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୫ ଜଣ ଲେଖାଏଁ, ଢେଙ୍କାନାଳ ଜିଲ୍ଲାରୁ ୩, ବୌଦ୍ଧ, ନବରଙ୍ଗପୁର, ନୟାଗଡ଼ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ, କନ୍ଧମାଳ ଓ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୁଲ୍‌ରୁ ୧୦ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।

ତେବେ ୩୭୬ ଜଣ ଆରୋଗ୍ୟଙ୍କୁ ମିଶାଇ ଏଯାବତ ଓଡିଶାରେ ମୋଟ୍ ୩, ୨୦, ୫୮୪ ଜଣ ସୁସ୍ଥ ହୋଇଛନ୍ତି।

Comments are closed.