Latest Odisha News

କରୋନା ଟିକା ଲାଗି ଭାରତକୁ ସହାୟତା ମାଗିଛନ୍ତି ୧୨ ଦେଶ: ନୀତି ଆୟୋଗ

ନୂଆଦିଲ୍ଲୀ: କରୋନା ଟିକା ଲାଗି ୧୨ ଦେଶ ଭାରତକୁ ଅନୁରୋଧ କରିଥିବା କହିଛନ୍ତି ନୀତି ଆୟୋଗ ସଦସ୍ୟ ଡ. ଭି.କେ ପାଲ।

କୋଭିଡ-୧୯ ସଂକ୍ରାନ୍ତୀୟ ଉଚ୍ଚ ସ୍ତରୀୟ ମନ୍ତ୍ରୀ ମଣ୍ଡଳ ବୈଠକରେ ଶନିବାର ଦିନ ସେ କହିଛନ୍ତି ଯେ କରୋନା ଟିକା ପାଇଁ ଭାରତକୁ ୧୨ ଟି ଦେଶ ସହାୟତା ମାଗିଛନ୍ତି।

ଟିକା ଟ୍ରାଏଲ୍, ଉତ୍ପାଦନ, ଡୋଜ୍ ଫର୍ମୁଲେସନ୍ ଏବଂ ଷ୍ଟୋରେଜ୍ ସମ୍ପର୍କରେ ସେ ସୂଚନା ଦେଇଛନ୍ତି। ଏପରିକି ଟିକାକରଣ ପରେ କାହାକୁ ପ୍ରଥମେ ଟିକା ଦିଆଯିବ ସେ ବିଷୟରେ ମଧ୍ୟ କହିଛନ୍ତି।

କରୋନା ଟିକା ପ୍ରସ୍ତୁତ କରୁଥିବା ୩ଟି କମ୍ପାନୀ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଥିଲେ ମଧ୍ୟ ଭ୍ୟାକସିନ ପରୀକ୍ଷଣ ପରେ ଅନୁମତି ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

ତେବେ ୧ ମିଲିୟନ ସ୍ୱାସ୍ଥ୍ୟ କର୍ମୀ, ୨୦ ମିଲିୟନ ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ୫୦ ବର୍ଷରୁ ଅଧିକ ବୟସ୍କ ତଥା ୨୭୦ ମିଲିୟନ ଲୋକଙ୍କୁ ଟିକା ନେଇ ପ୍ରାଥମିକତା ଦିଆଯିବ।

Comments are closed.