Latest Odisha News

BREAKING NEWS

ବଢିଲା କଙ୍ଗନା ରଣାୱତଙ୍କ ଅଡୁଆ: ଜାଭେଦ ଅଖତରଙ୍କ ମାନହାନୀ ମାମଲାର ହେବ ଯାଞ୍ଚ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଅଡୁଆ ବଢିଲା । ଗୀତିକାର ଜାଭେଦ ଅଖତରଙ୍କ ମାମଲାରେ ମୁମ୍ବାଇ ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଜାଭେଦ ଅଖତର ଦ୍ବାରା ରୁଜୁ କରାଯାଇଥିବା ମାନହାନୀ ମକଦ୍ଦମା ମାମଲାର ଯାଞ୍ଚ କରିବ ପୋଲିସ । ୧୬ ଜାନୁଆରୀ ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମହାରାଷ୍ଟ୍ରର ଏକ ଅଦାଲତ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମିଛ ବୟାନବାଜି ନେଇ ଗତ ମାସରେ କଙ୍ଗନାଙ୍କ ବିରୋଧରେ ମାନହାନୀ ମକଦ୍ଦମା ରୁଜୁ କରିଥିଲେ ଜାଭେଦ ଅଖତର । ଜାଭେଦ ଅଖତରଙ୍କ ଓକିଲ କୋର୍ଟରେ ନିଜ ପକ୍ଷ ରଖିବା ସହ ଘଟଣାର ଯାଞ୍ଚ ପାଇଁ କୋର୍ଟଙ୍କୁ ଅପିଲ କରିଥିଲେ । ଏହା ପରେ କୋର୍ଟ ଜୁହୁ ପୋଲିସକୁ ମାମଲାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କଙ୍ଗନା ରଣାୱତ ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଜାଭେଦ ଅଖତରଙ୍କୁ ଟାର୍ଗେଟ୍ କରିଥିଲେ । ଏହାଦ୍ବାରା ତାଙ୍କ ସମ୍ମାନ ହାନୀ ହୋଇଥିବା ନେଇ ଜାଭେଦ ଅଖତର କୋର୍ଟରେ ଅଭିଯୋଗ କରିଥିଲେ । କଙ୍ଗନା ଯାହା କହିଥିଲେ, କୋର୍ଟଙ୍କୁ ସେହି ପାର୍ଟର ରେକଡିଂ ମଧ୍ୟ ଶୁଣାଯାଇଥିଲା ।

Leave A Reply

Your email address will not be published.