Latest Odisha News

BREAKING NEWS

ନିର୍ମାଣ ହେଲା ସୋନୁ ସୁଦଙ୍କ ମନ୍ଦିର !

ତେଲେଙ୍ଗାନା: ଜିଅନ୍ତା ଦିଅଁ ପାଲଟିଲେ ଅଭିନେତା ସୋନୁ ସୁଦ । କରୋନା ମହମାରୀରେ ଲୋକଙ୍କୁ ଅକଥନୀୟ ଦୁର୍ଦ୍ଦଶାରୁ ଉଦ୍ଧାର କରି ଏହି ଅଭିନେତା ଅନେକଙ୍କ ପାଇଁ ଭଗବାନ ପାଲଟିଛନ୍ତି । ସୋନୁ ସୁଦଙ୍କ ଅବଦାନର ପ୍ରତିଦାନ ସ୍ୱରୂପ ତେଲେଙ୍ଗାନାର ଡୁବା ତାଣ୍ଡା ଗାଁର ଲୋକେ ଏକ ମନ୍ଦିର ନିର୍ମାଣ କରିଛନ୍ତି ।

ବହୁପୂର୍ବରୁ ସୋନୁ ସୁଦଙ୍କ ମନ୍ଦିରର ନିର୍ମାଣ କାମ ଆରମ୍ଭ ହୋଇଥିଲା । ହେଲେ ଗତକାଲି ହଜାରହଜାର ଲୋକଙ୍କ ଉପସ୍ଥିତିରେ ମନ୍ଦିରର ଉଦ୍‌ଘାଟନ ହୋଇଥିଲା । ଏହି ଅବସରରେ ଗାଁର ମହିଳା ଓ ପୁରୁଷମାନେ ପାରମ୍ପରିକ ପୋଷାକରେ ନଜର ଆସିଥିଲେ । ରମେଶ କୁମାର ନାମକ ଜଣେ ବ୍ୟକ୍ତି ହିଁ ସୋନୁ ସୁଦଙ୍କ ମନ୍ଦିର ନିର୍ମାଣ କରିବା ପାଇଁ ଗାଁ ଲୋକଙ୍କୁ ପ୍ରସ୍ତାବ ଦେଇଥିଲେ । ପରବର୍ତ୍ତୀ ସମୟରେ ଗାଁ ଲୋକେ ମିଳିତ ଭାବେ ରମେଶଙ୍କ ଯୋଜନା ଅନୁଯାୟୀ ମନ୍ଦିର ନିର୍ମାଣ କରିବାକୁ ଆଗେଇ ଆସିଥିଲେ ।

ମଧୁସୁଦନ ପାଲ ନାମକ ଜଣେ କାରିଗର ଏହି ମନ୍ଦିରକୁ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି । ନିଜ ନାଁରେ ମନ୍ଦିର ନିର୍ମାଣ ହେବା ଖବର ବୋଧ ହୁଏ ସୋନୁ ସୁଦଙ୍କୁ ଅଥୟ କରିଦେଇଥିଲା । ସେଥିପାଇଁ ସେ ଲୋକଙ୍କ ଉଦ୍ଦେଶ୍ୟରେ ଏକ ଭାବବିହ୍ୱଳ ବାର୍ତ୍ତା ଟୁଇଟ୍ ମାଧ୍ୟମରେ ସେୟାର କରିଥିଲେ ।

Leave A Reply

Your email address will not be published.