Latest Odisha News

BREAKING NEWS

ଆସିଲା ଅନ୍ତିମ୍‌ – ଦି ଫାଇନାଲ ଟ୍ରୁଥ୍‌ର ଫାଷ୍ଟ୍‌ ଲୁକ୍‌

ନୂଆଦିଲ୍ଲୀ: ସଲମାନ ଖାନଙ୍କ ଭିଣୋଇ ଆୟୁଷ ଶର୍ମା ବର୍ତ୍ତମାନ ମହେଶ ମଞ୍ଜରେକରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଅନ୍ତିମ୍‌ – ଦି ଫାଇନାଲ ଟ୍ରୁଥ୍‌ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏହା ଏକ ଆକ୍ସନ୍ ଫିଲ୍ମ ଯେଉଁଥିରେ ଆୟୁଷଙ୍କ ଫାୟାର ବ୍ରାଣ୍ଡ ଲୁକ୍ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଆୟୁଷଙ୍କୁ ସମର୍ଥନ କରିବା ପାଇଁ ସଲମାନ ଖାନ ନିଜେ ଏକ ବିଶେଷ ଭୂମିକା ଗ୍ରହଣ କରୁଛନ୍ତି। ସଲମାନ ସୋମବାର ସୋସିଆଲ ମିଡିଆରେ ଫିଲ୍ମର ପ୍ରଥମ ଲୁକ୍ ଅର୍ଥାତ୍‌ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଆୟୁଷ ସଲ୍‌ମାନଙ୍କ ଉପରେ ଆକ୍ରମଣ କରୁଥିବା ନଜର ଆସିଛନ୍ତି।

ସଲମାନ ଖାନଙ୍କୁ ଏକ ଶିଖ ଅବତାରରେ ଦି ଅନ୍ତିମ – ଦ ଫାଇନାଲ ଟ୍ରୁଥରେ ଦେଖିବାକୁ ମିଳିବ। ସଲମାନ ସେୟାର କରିଥିବା ଭିଡିଓରେ ଉଭୟ ସଲ୍‌ମାନ ଏବଂ ଆୟୁଷ ଟପଲେସ୍ ଦେଖାଯାଉଛନ୍ତି। ଏହି ଭିଡିଓ ସେୟାର୍‌ କରିବା ସହିତ ସଲ୍‌ମାନ ଲେଖିଛନ୍ତି ‘ଅନ୍ତିମ୍‌ ବିଗିନ୍‌ସ’।

Leave A Reply

Your email address will not be published.