Latest Odisha News

BREAKING NEWS

ସ୍ଥାନୀୟ ଲୋକ, ଆଇଟିବିପି ମିଶି ଚୀନ ସେନାଙ୍କୁ ତଡିଲେ

ଲଦାଖ: ଚୀନ ପୁନର୍ବାର ଭାରତୀୟ ସୀମାରେ ପ୍ରବେଶ କରି ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଥିଲେ । ତେବେ ତାଙ୍କର ଏହି ଯୋଜନା ସଫଳ ହୋଇପାରି ନ ଥିଲା । ରିପୋର୍ଟ ମୁତାବକ ପୂର୍ବ ଲଦାଖର ନ୍ୟାମା ଗ୍ରାମ ମଧ୍ୟକୁ ଦୁଇଟି ଗାଡିରେ ସିଭିଲ ଡ୍ରେସରେ ଥିବା ଚୀନ ସେନା ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ । ଏହାକୁ ସ୍ଥାନୀୟ ବାସିନ୍ଦା କଡା ବିରୋଧ କରିଥିଲେ । ଆଇଟିବିପି ଯବାନ ଖବର ପାଇଁ ପଂହଚିବା ପରେ ଚୀନ ସେନା ତୁରନ୍ତ ସେ ସ୍ଥ୍‌ାନ ଛାଡି ପଳାଇଥିଲେ ।

ଏହି ଗ୍ରାମରେ ଅନେକ ତିବ୍ଦତ ଶରଣାର୍ଥୀ ରହୁଥିବାରୁ ଚୀନର ନଜର ଏହା ଉପରେ ରହିଛି । ଚୀନ ସେନାର ପ୍ରବେଶ ନେଇ ଏହାର ଏକ ଭିଡିଓ ଭାଇରାଲ ହେଉଛି । ତେବେ ଏଥିନେଇ ସଠିକ୍ ତଥ୍ୟ ହସ୍ତଗତ ହୋଇ ନାହିଁ । ଭାରତ ସୀମାରେ ଉତେଜନା ହ୍ରାସ ପାଇଁ ଉଦ୍ୟମ କରୁଥିବା ବେଳେ ଚୀନ ଏହାକୁ ବଢ଼ାଇବାରେ ବ୍ୟସ୍ତ ରହିଛି ।

Comments are closed.