Latest Odisha News

BREAKING NEWS

ଜାନୁଆରୀ ୩ରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିବ ଆଖଣ୍ଡଳମଣି ମନ୍ଦିର

ଭଦ୍ରକ: ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ବାବା ଆଖଣ୍ଡଳମଣି ମନ୍ଦିର ଡିସେମ୍ବର ୨୮ରୁ ପୁଣି ଖୋଲିବ। ହେଲେ ପ୍ରଥମେ ସେବାୟତ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଦର୍ଶନ ଅନୁମତି ମିଳିବ।

ଏନେଇ ସୋମବାର ଦିନ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଜ୍ଞାନ ଦାସ। ସେ କହିଛନ୍ତି ଯେ କୋଭିଡ-୧୯ ପ୍ରୋଟୋକଲ ମଧ୍ୟରେ ଜାନୁଆରୀ ୩ରୁ ଜିଲ୍ଲାର ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ଖୋଲିବ।

ଡିସେମ୍ବର ୨୮ ଏବଂ ୨୯ରେ ସେବାୟତ ଓ ସେମାନଙ୍କ ପରିବାରକୁ ଦର୍ଶନ ଅନୁମତି ଦିଆଯାଇଥିବା ବେଳେ ଆରଡି, ନନ୍ଦପୁର, ଓଲଗା ଏବଂ ସୁନ୍ଦରପୁରର ସ୍ଥାନୀୟ ଲୋକମାନେ ଆସନ୍ତା ଡିସେମ୍ବର ୩୦ ଏବଂ ୩୧ରେ ଦର୍ଶନ କରିପାରିବେ।

ସେହିପରି ଜାନୁଆରୀ ୧ ଓ ୨ ତାରିଖରେ ଆଖଣ୍ଡଳମଣି ମନ୍ଦିର ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ଜିଲ୍ଲାପାଳଙ୍କ ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.