Latest Odisha News

ଓଡିଶା ସରକାରଙ୍କ ମହିଳା ସଶକ୍ତିକରଣ କେବଳ ଯୋଜନାରେ ସୀମିତ ରହିଛି: ଅପରାଜିତା

ଭୁବନେଶ୍ୱର : ବିଜେପି ନେତ୍ରୀ ତଥା ପୂର୍ବତନ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ ମହିଳା ସଶକ୍ତିକରଣରେ ବିଫଳତା ନେଇ ଓଡିଶା ସରକାରଙ୍କୁ ଗୁରୁବାର ଦିନ କଡା ସମାଲୋଚନା କରିଛନ୍ତି ।

“ରାଜ୍ୟ ସରକାର ମହିଳାମାନଙ୍କ ସଶକ୍ତିକରଣ ନିମନ୍ତେ ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି କିନ୍ତୁ ଏହି ମହିଳା ସଶକ୍ତିକରଣ କେବଳ ଯୋଜନାରେ ହିଁ ସୀମିତ ରହିଛି” ବୋଲି ରାଜ୍ୟ କାର୍ଯ୍ୟାଳୟରେ ଶ୍ରୀମତି ଷଡଙ୍ଗୀ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟ ସରକାର ପଡୋଶୀ ରାଜ୍ୟ ମାନଙ୍କୁ ଆପଣେଇଛନ୍ତି । “ରାଜ୍ୟ ସରକାର ତାମିଲନାଡୁ ସରକାରଙ୍କ କିଛି କଲ୍ୟାଣକାରୀ ଯୋଜନାକୁ ଦୋହରାଇଛନ୍ତି ମାତ୍ର । ଉଦାହରଣସ୍ୱରୂପ, ‘ଆମ୍ମା ହୋଟେଲ ଯୋଜନା’କୁ ‘ଆହାର ଯୋଜନା’ ଭାବେ ଲାଗୁ କରାଯାଇଛି ।

ପଡୋଶୀ ରାଜ୍ୟର କେତେ ଗୁଡିଏ କଲ୍ୟାଣକାରୀ ଯୋଜନାକୁ ନକଲ କରୁଥିବା ସତ୍ୱେ, କ’ଣ ପାଇଁ ରାଜ୍ୟ ସରକାର ମହିଳା ସଶକ୍ତିକରଣ ଯୋଜନାକୁ ଆପଣେଇବା ପାଇଁ ଅନୁଚ୍ଛୁକ ରହିଛନ୍ତି, ଯେଉଁ କ୍ଷେତ୍ରରେ ତାମିଲନାଡୁ ଅଧିକ ସଫଳ ହୋଇପାରିଛି” ।

ଅନ୍ୟପକ୍ଷରେ ଏହି ପୂର୍ବତନ ଆଇଏଏସ ଅଧିକାରୀ ଜଣଙ୍କ କହିଛନ୍ତି, ଓଡିଶାରେ ପୁରୁଷଙ୍କ ଅନୁପାତ ତୁଳନାରେ ମହିଳାଙ୍କ ଅନୁପାତ କ୍ରମେ ହ୍ରାସ ପାଇବାରେ ଲାଗିଛି ।

Leave A Reply

Your email address will not be published.